ଭୁବନେଶ୍ୱର: ସ୍ମାର୍ଟସିଟିରେ ଏଣିକି ବିଦ୍ୟୁତ ଖୁଣ୍ଟରେ ଝୁଲିବନି କେବୁଲ ତାର । ଏନେଇ ସମସ୍ତ କେବୁଲ ସଂସ୍ଥାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଖୁଣ୍ଟରେ ନଝୁଲାଇ ଭୂତଳ କେବଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଭୂତଳ କେବଲିଂ ହେବ ଏବେ ବାଧ୍ୟତାମୂଳକ । କାରଣ ରାଜଧାନୀରେ କେବୁଲ ତାର ଝୁଲି ରହିବାରୁ ଅନେକ ଅଘଟଣ ଘଟୁଛି । ଅଘଟଣ ରୋକିବା ପାଇଁ ବିଏମସି ଏମିତି ପଦକ୍ଷେପ ନେଇଛି । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।