37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମୁଣ୍ଡକାଟ ମହିଳାଙ୍କ ଖୁଲାସା କଲା ପୋଲିସ

ମୁଣ୍ଡକାଟ ମହିଳାଙ୍କ ଖୁଲାସା କଲା ପୋଲିସ

ଭୁବନେଶ୍ୱର: ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିବା ସହ କଟାମୁଣ୍ଡ ମଧ୍ୟ ଠାବ କରିଛି ।  ଗିରଫ କରିବା ସହ ମହିଳାଙ୍କ ପରିଚୟ ମଧ୍ୟ ପ୍ରକାଶ କରିଛି । ପୋଲିସର ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ହେଉଛି ବିବାହ ବିବାଦ । ମହିଳାଙ୍କ ବିବାହ ନେଇ ବିବାଦ ରହିଥିଲା । ସେହି ଆକ୍ରୋଶରେ ତାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସଞ୍ଜୟ ଓ ଚନ୍ଦୁ । ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଆଉ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିିଛି । ମୃତ ମହିଳାଙ୍କ ନାଁ ପୁଷ୍ପଲତା ରାଉଳ । ସେ ମଞ୍ଚେଶ୍ବର ଅଞ୍ଚଳରେ ରହୁଥିବା ନେଇ ଅଭିଯୁକ୍ତ ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି । ତାଙ୍କର ବୟସ ୨୮ । ସଞ୍ଜୟ ତାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ସହଯୋଗୀ ଚନ୍ଦୁ ସହ ମିଶି ମୃତଦେହକୁ ଏକ ବୋଲେରୋ ଗାଡ଼ିରେ ନେଇଯାଇଥିଲା ।  ମହିଳାଙ୍କ ମୁଣ୍ଡ କାଟିବା ପାଇଁ ସେମାନେ ଗ୍ଲୋବ୍‌ସ ଏବଂ ଛୁରି କିଣିଥିଲେ । ସେଥିରେ ମୁଣ୍ଡ କାଟି ଏକ ଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିଲେ । ମୃତଦେହଠାରୁ କଟା ମୁଣ୍ଡ ଦୁଇ କିଲୋମିଟର ଦୂରରେ ପଡ଼ିଥିଲା । ଘଟଣାସ୍ଥଳକୁ ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା ପୋଲିସ । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଦୂରରେ ଫିଙ୍ଗିଥିଲେ ।

ସୂଚନା ଅନୁଯାୟୀ, ମହିଳାଙ୍କ ମୁଣ୍ଡବିହୀନ ଶବର ପରିଚୟ ଜାଣିବାକୁ କମିଶନରେଟ ପୁଲିସ ଉଦ୍ୟମ ଜାରି ରଖିଥିଲା ବେଳେ ଆଜି କମିଶନରେଟ ପୁଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିଲା। ଗତ ୪ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଥିଲା କମିସନରେଟ ପୁଲିସ । ଅନ୍ୟପକ୍ଷରେ ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରି ନ ଥିଲା। ଯାହାକି ଏକ ଚିନ୍ତାର ବିଷୟ ପାଲଟିଥିଲା ।  ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଯୋଜନା କରାଯାଉଥିବା ଗତକାଲି କମିଶନରେଟ ପୁଲିସ୍‌ ପକ୍ଷରୁ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking