20.1 C
Bhubaneswar
Tuesday, November 26, 2024
Homeବ୍ରେକୀଙ୍ଗପିଜ୍ଜା କିଣି ରଚିଥିଲେ ଇତିହାସ

ପିଜ୍ଜା କିଣି ରଚିଥିଲେ ଇତିହାସ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି କ୍ରିପ୍ଟୋକରେନ୍ସି ଅନେକ ଚର୍ଚ୍ଚାରେ ରହିଛି । କାରଣ ଏହା ଯେ, ଟେସଲା ଫାଉଣ୍ଡର ଓ ଅରବତି ଏଲାନ ମସ୍କ ଅନେକ ମିଲିୟନ ଡଲାର ବିଟକଏନରେ ନିବେଶ କରିସାରିଛନ୍ତି । ଏଲନ ମସ୍କ ବିଟକଏନ କୁ ପସନ୍ଦ କରନ୍ତି ଏବଂ ଏହା ଫ୍ୟୁଚର ବୋଲି ସେ ମାନନ୍ତି । ବର୍ତମାନ ବିଟକଏନ ମୂଲ୍ୟ ଅନେକ ମାତ୍ରାରେ ବଢିସାରିଛି । ରିପୋର୍ଟ ମୁତାବକ ଗୋଟିଏ ବିଟକଏନର ମୂଲ୍ୟ ୪୫୮୬୦ ଆମେରିକି ଡଲାର । ଭାରତରେ ଗୋଟିଏ ବିଟ କଏନର ଭାଲ୍ୟୁ ପ୍ରାୟ ୩୩ ଲକ୍ଷ ଟଙ୍କା । ମାତ୍ର କିଛି ବର୍ଷ ପୂର୍ବରୁ ଏମିତି ନଥିଲା । କହିବାକୁ ଗଲେ ଆଜିଠୁ ୧୦ ବର୍ଷ ପୂର୍ବରୁ ବିଟକଏନ ମୂଲ୍ୟ ଏମିତି ନଥିଲା । କାରଣ ସେତେବେଳେ ୧୦ ହଜାର ବିଟକଏନ ଦେଇ ଜଣେ ବ୍ୟକ୍ତି କେବଳ ଦୁଇଟି ପିଜ୍ଜା କିଣିଥିଲେ । ଯାହା ଆପଣଙ୍କ ପାଇଁ ହୁଏତ ଆଶ୍ଚର୍ଯ୍ୟକର ହୋଇପାରେ । ମାତ୍ର ଏହା ସତ । ୨୦୧୦ରେ ଗୋଟିଏ ବିଟକଏନ ମୂଲ୍ୟ ୦.୦୦୦୩ ଆମେରିକି ଡଲାର ଥିଲା । ଏହାକୁ ଯଦି ଭାରତୀୟ ମୁଦ୍ରାରେ ପରିବର୍ତନ କରିବା ତେବେଗୋଟିଏ ବିଟକଏନକୁ ୦.୨୨ ଟଙ୍କାରେ କିଣାଯାଇପାରେ । ହେଲେ କାହାକୁ ଜଣାଥିଲା ଯେ, ୧୦ ବର୍ଷରେ ଗୋଟିଏ ବିଟ କଏନ ଭାଲ୍ୟୁ ବୃଦ୍ଧି ହୋଇ ୩୩ ଲକ୍ଷ ଟଙ୍କା ହୋଇଯିବ । ୨୦୧୦ ମସିହା ମେ ମାସରେ ଲ୍ୟାଜଲୋ ନାମକ ଜଣେ ବ୍ୟକ୍ତି ପାପା ଜନ୍ସରୁ ୨ଟି ଲାର୍ଜ ପିଜ୍ଜା ଅର୍ଡର କରିଥିଲେ ।

ସେ କୁହନ୍ତି ଏହା ତାଙ୍କ ପାଇଁ ପ୍ରଥମ ମଉକା ଥିଲା ଯେତେବେଳେ ବିଟକଏନ ଦେଇ କିଛି ଜିନିଷ କିଣାଯାଇପାରୁଛି । କାରଣ ଏବେ ଅନେକ କମ୍ପାନୀ ପେମେଣ୍ଟ ହିସାବରେ ବିଟକଏନ ନେଉଛନ୍ତି । ଭାରତରେ ଏହା ଏବେ ବି କମନ ନୁହେଁ । ଲ୍ୟାଜଲୋ ଦୁଇଟି ପିଜ୍ଜା ଅର୍ଡର କରିଥିଲେ । ଯାହାର ମୂଲ୍ୟ ଥିଲା ୩୦ ଆମେରିକି ଡଲାର । ଏହି କାରଣ ପାଇଁ ତାଙ୍କୁ ୩୦ ଆମେରିକି ଡଲାର ସହ ବରାବର ଭାସ୍ୟୁର ବିଟକଏନ ଦେବାକୁ ପଡିଥିଲା । ଆଉ ସେତେବେଳେ ୩୦ ଆମେରିକି ଡଲାର ର ବରାବର ହେଉଥିଲା ୧୦ ହଜାର ବିଟକଏନ । ୧୦ ବର୍ଷ ହୋଇଗଲାଣି । ଆଜି ୧୦ ହଜାର ବିଟକଏନର ଭାଲ୍ୟୁ ୨୦୦ ମିଲିୟନ ଆମେରିକି ଡଲାରରୁ ବି ଅଧିକ ହୋଇସାରିଛି । ଭାରତରେ ଯଦି ଆପଣ ୧୦ ହଜାର ବିଟକଏନ ବିକ୍ରି କରନ୍ତି ତେବେ ଆପଣଙ୍କୁ ୩୩.୩୯ ଅରବ ମିଳିପାରେ । ଅର୍ଥାତ ଏବେ ଏହାର ଭାଲ୍ୟୁ ଏତେ ମାତ୍ରାରେ ବଢିଯାଇଛି । ଆମେରିକାର ଫ୍ଲୋରିଡାରେ ରହୁଥିବା ଲ୍ୟାଜଲୋ କୁହନ୍ତି, ତାଙ୍କୁ ତିଳେ ହେଲେ ଅବଶୋଷ ନାହିଁ ଯେ, ସେ ୨୦୧୦ରେ ପିଜ୍ଜା ପାଇଁ ୧୦ ହଜାର ବିଟକଏନ ଖର୍ଚ୍ଚ କରିଦେଇଥିଲେ । ୨୦୧୨ ମସିହାରେ ବିଟକଏନଟଲ୍କ ପୋର୍ଟାଲରେ ସେ ନିଜ କାହାଣୀ ସେୟାର କରିଥିଲେ । ପିଜ୍ଜା ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ସେ ସେହି ପୋର୍ଟାଲରେ ଲେଖିଛନ୍ତି ଯେ, ସେ ଲୋକଙ୍କୁ ବତାଇବାକୁ ଚାହାଁନ୍ତି କି, ସେ ପିଜ୍ଜା ପାଇଁ ୧୦ ହଜାର ବିଟକଏନ ଖର୍ଚ୍ଚ କରିଛନ୍ତି । ଆରମ୍ଭରୁ ସେ ଏହି ପୋର୍ଟାଲରେ ୧୦ ହଜାର ବିଟକଏନ ବଦଳରେ ପିଜ୍ଜା ଡିଲ ନେଇ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ କି, ତାଙ୍କର ଏମିତି ଡିଲକୁ ଲୋକେ ବୋକାମି ବୋଲି କହିଥିଲେ ।

ମାତ୍ର ସେ କହିଥିଲେ କାହାକୁ ନା କାହାକୁ ଏମିତି ଆରମ୍ଭ କରିବାର ଥିଲା । ଅର୍ଥାତ ବିଟକଏନ ବଦଳରେ କିଛି ଜିନିଷ କିଣିବାର ଥିଲା । କାରଣ ସେତେବେଳେ ବିଟକଏନରେ କେହି କିଣାବିକା କରୁନଥିଲେ । ଲ୍ୟାଜୋଲ ଯେଉଁଠାରୁ ପିଜ୍ଜା କିଣିଥିଲେ, ଏବେ ପାପା ଜନ୍ସ ପିଜ୍ଜା ଷ୍ଟୋରରେ ଏକ ବଡ ବୋର୍ଡ ଲଗାଯାଇଛି । ଆଉ ସେଥିରେ ଲେଖାଯାଇଛି, ମେକର୍ସ ଅଫ ଦ ଫେମସ ବିଟକଏନ ପିଜ୍ଜା, ମେ ୨୨,୨୦୧୦ । ସେ ବିଟକଏନ ଦେଇ ୨୨ ମେ ୨୦୧୦ରେ ପିଜ୍ଜା କିଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking