31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ

ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର : ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱରଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକସନ ୩ ଓ ସେକସନ ୪ ଅଫିସିଆଲ ସିକ୍ରେଟ୍ ଆକ୍ଟ ଲାଗିଛି ।  କୋର୍ଟରେ ଉପସ୍ଥାପିତ ୬୦୦ରେକର୍ଡର ସତ୍ୟତା ରହିଛି । ଈଶ୍ୱର ଡିଆରଡିଓ ଅଧୀନ ଆଇଟିଆର ରେ ଠିକା କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରିଥିବା ବେଳେ ଆଇ ଏସ ଆଇ ସହ ଲିଙ୍କରେ ଥିବା ଅଭିଯୋଗ ହୋଇଥିଲା । କ୍ରାଇମବ୍ରାଞ୍ଚ ଈଶ୍ୱରକୁ ଗିରଫ କରିବା ପରେ ଏବେ ଦୀର୍ଘଦିନ ହେବ ଜେଲରେ କାଳ କାଟୁଛି ଈଶ୍ୱର । ଚାନ୍ଦିପୁର ପୋଲିସ ଗତ ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ଈଶ୍ୱର ବେହେରାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଈଶ୍ୱର ବେହେରା ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ଖାରଜ ହୋଇଯାଇଥିଲା । ଜାମିନ ଆବେଦନ ଖାରଜ ହେଇ ଯାଉଥିବାରୁ ଗତ ୭ ବର୍ଷ ଧରି ଈଶ୍ୱର ବିଚାରାଧୀନ କଏଦୀ ଭାବେ ବାଲେଶ୍ୱର ଜେଲ୍‌ରେ ଅଛି । ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କଣ୍ଟିପୁର ଗାଁର ଯୁବକ ଈଶ୍ବର ବେହେରା । ମିସାଇଲ୍ ପରୀକ୍ଷଣ ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନାକୁ ବିଭିନ୍ନ ସମୟରେ ତାକୁ ନିଯୁକ୍ତି ଦେଇଥିବା ଆଉ ଜଣେ ଆଇ.ଏସ.ଆଇର ଏଜେଣ୍ଟକୁ ଦେଉଥିବା ସହ ଆଇ.ଏସ.ଆଇ ଗୁପ୍ତଚରଙ୍କ ସହ ଫୋନରେ ନିରନ୍ତର ଯୋଗାଯୋଗରେ ଥିଲା ଈଶ୍ୱର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking