ବଲାଙ୍ଗିର : ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଓଲଟପୁର କଟକ ବଲାଙ୍ଗିର ଶାଖାର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ମୁଖ୍ୟବକ୍ତା ଭାବେ ଡିଏସ୍ଏସ୍ ନିଳମଣି ପଟେଲ, ସମ୍ମାନିତ ଅତିଥି ଭାବେ ସମଗ୍ର ଶିକ୍ଷା ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ପ୍ରଶାନ୍ତ ସରାଫ, ଏବିଇଓ-ବିଆରସିସି ଡ. ସୁରେନ୍ଦ୍ର ଭୋଇ, ଏବିଓ ରତନ ଧରୁଆ, ଗୋପାଳ ବୁଡେକ, ଶ୍ରୀଧର ଦାଶ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ସମ୍ବଳ ଶିକ୍ଷୟତ୍ରୀ ଅଳକା ଦାଶ, ସଂଯୁକ୍ତା ସାମଲ, ସୁଧାଂଶୁ ଶେଖର ପାତ୍ର, ଜ୍ୟୋର୍ତିମୟୀ ଖୁଆସ, ଆଶିଷ ହୋତା, ସୁରଜ ପାଣିଗ୍ରାହୀ, ଶିବାନନ୍ଦ ସେଠ, ବାଗଦତ୍ତା ମିଶ୍ର, ଜୟଦେବ ସେଠ, ବନବିହାରି ସାଏ, ଭକ୍ତବନ୍ଧୁ ପୋଡ, ବୁଇ ଜାଲଙ୍କ ସହ ବ୍ଲକର ସମସ୍ତ ସିଆରସିସି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଦିଗାମ୍ବର ନାଏକ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଅଳକା ଦାଶ । ଏହି ଅବସରରେ ୫୧ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ହ୍ୱିଲଚେୟାର, ଏମ୍ଏସ୍ ଆଇଡି କିଟ, ସ୍ମାର୍ଟ କେମ୍, ଡାଇସି ପ୍ଲେୟାର, ଶ୍ରବଣ ଯନ୍ତ୍ର ଆଦି ବଣ୍ଟନ କରାଯାଇ ଥିଲା ।