22.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗଆକାଉଣ୍ଟ ବ୍ଲକ ପାଇଁ କହିଲେ ସରକାର

ଆକାଉଣ୍ଟ ବ୍ଲକ ପାଇଁ କହିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ୪ ଫେବୃୟାରୀ ୨୦୨୧ରେ ୧୧୭୮ ଟ୍ୱିଟର ଆକାଉଣ୍ଟ ଲିଷ୍ଟ ମାଇକ୍ରୋବ୍ଲଗିଂ ସାଇଟ କମ୍ପାନୀ ଟ୍ୱିଟର ସହିତ ବୁଝାମଣା କରିଛି । ସେହି ଆକାଉଣ୍ଟ ଗୁଡିକୁ ସୁରକ୍ଷା ଏଜେନ୍ସିଗୁଡିକ ଖାଲିସ୍ତାନ ସମର୍ଥକ, ପାକିସ୍ଥାନ ସମର୍ଥିତ ଓ ବିଦେଶରୁ ପରିଚାଳିତ ହେଉଥିବା ହ୍ୟାଣ୍ଡେଲ୍ସ ଭାବରେ ଚିହ୍ନଟ କରିଥିଲେ । ସରକାର ଟ୍ୱିଟରକୁ ଏହି ହ୍ୟାଣ୍ଡେଲ୍ସକୁ ହଟାଇବା ପାଇଁ କହିଛନ୍ତି । ସରକାରୀ ସୂତ୍ରରୁ ଏନେଇ ସୂଚନା ମିଳିଛି । ଏହି ହ୍ୟାଣ୍ଡେଲ୍ସ କୃଷକ ଆନ୍ଦୋଳନ ନାମରେ ଭାରତରେ ସାମାଜିକ ଓ ଆଇନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ପାଇଁ କାମ କରୁଥିବା ଆଶଙ୍କା ରହିଥିଲା । ସରକାର କହିଛନ୍ତି ଯେ, ଏହି ଆକାଉଣ୍ଟ ମଧ୍ୟରୁ କିଛି ଅଟୋମେଟେଡ ଥିଲା, ଯାହା ଆନ୍ଦୋଳନ ସହ ଜଡିତ ଭ୍ରମାତ୍ମକ ଓ ପ୍ରରୋଚିତ କରିବା ଭଳି ତଥ୍ୟ ବିସ୍ତାର କରୁଥିଲେ । ତେବେ ଟ୍ୱିଟର ଏପର୍ଯ୍ୟନ୍ତ ଏହି ଆଦେଶ ପାଳନ କରିନଥିବା ଜଣାପଡିଛି । ୩୧ ଜାନୁୟାରୀ ୨୦୨୧ରେ ମନ୍ତ୍ରାଳୟ ୨୫୭ ଟ୍ୱିଟର ଆକାଉଣ୍ଟର ଲିଙ୍କ ଟ୍ୱିଟର ନିକଟକୁ ପଠାଇଥିଲେ ଏବଂ ତାକୁ ବ୍ଲକ କରିବା ପାଇଁ କହିଥିଲେ । କାରଣ ସେ କୃଷକଙ୍କ ଆନ୍ଦୋଳନ ନେଇ ମିଥ୍ୟ ଅପପ୍ରଚାର କରୁଥିଲେ । ଟ୍ୱିଟର ତାକୁ ବ୍ଲକ କରିଥିଲା, ମାତ୍ର କିଛି ଘଣ୍ଟା ପରେ ପୁଣି ଅନବ୍ଲକ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking