ଭୁବନେଶ୍ୱର: ଟିକା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ । ଟିକା ନନେଲେ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡୀ କର୍ମୀ ଟିକା ନେଉନଥିବାରୁ ଚେତାବନୀ ଦିଆଯାଇଛି । ରେଜିଷ୍ଟ୍ରେସନ କରି ଟିକା ନେଉଥିବା କର୍ମଚାରୀଙ୍କୁ ଚେତାବନୀ ଦିଆଯାଇଛି । ୧୦ ତାରିଖ ସୁଦ୍ଧା ଟିକା ନନେଲେ ଦରମା ଉଠାଇ ପାରିବେନି । ଏ ନେଇ ସିଏମସି କମିଶନର, ଏସସିବି ଅଧିକ୍ଷକ, ସିଡିଏମଓ ପ୍ରମୁଖଙ୍କୁ ଚିଠି ଲେଖାଯାଇଛି । କଟକ ଜିଲ୍ଲାରେ ଟିକାକରଣ ହାର ନଗଣ୍ୟ ଥିବାରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଚିଠି ସଂପର୍କରେ ପଚାରିବାରୁ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେଇନଥିଲେ । କୋୱିନ ଆପରେ ପଂଜୀକରଣ କରି ଟିକା ନେଉନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଦରମା କଟାଯିବା ସମ୍ଭାବନା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।