26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହିଁ ପୂର୍ବ ଭାରତରେ ପ୍ରଥମେ ଗ୍ୟାସ ପାଇପ୍‌ଲାଇନର କାମ ଆରମ୍ଭ ହୋଇଥିଲା...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହିଁ ପୂର୍ବ ଭାରତରେ ପ୍ରଥମେ ଗ୍ୟାସ ପାଇପ୍‌ଲାଇନର କାମ ଆରମ୍ଭ ହୋଇଥିଲା – ଧର୍ମେନ୍ଦ୍ର ପ୍ରଧାନ

 ଆସନ୍ତା ରବିବାର ପଶ୍ଚିମବଙ୍ଗର ହଳଦିଆରୁ ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ
କରିବେ ପ୍ରଧାନମନ୍ତ୍ରୀ
 ସମସ୍ତ ବିକାଶମୂଳକ ପ୍ରକଳ୍ପର ମୂଲ୍ୟ ୪୭୦୦ କୋଟି
 ଦୁର୍ଗାପୁର ସ୍ଥିତ ମେଟ୍ରିକ୍ସ ଫର୍ଟିଲାଇଜର ଏଣ୍ଡ କେମିକାଲ୍ସ ଲିମିଟେଡ୍ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
 ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ସଡ଼କ ଓ ପରିବହନ ବିଭାଗର ୩ଟି ପ୍ରକଳ୍ପର ଉଦଘାଟନ ଓ
ଗୋଟିଏ ପ୍ରକଳ୍ପର ହେବ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
 ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବ ଏଲପିଜି ଇମ୍ପୋର୍ଟ ଟର୍ମିନାଲ
ପଶ୍ଚିମବଙ୍ଗ/ଭୁବନେଶ୍ୱର : ପୂର୍ବ ଭାରତରେ ୨୦୧୪ ପର୍ଯ୍ୟନ୍ତ ପ୍ରାକୃତିକ ଗାସ
ପାଇପଲାଇନ ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦେଶରେ ଦାୟିତ୍ୱ ନେବା ପରେ ପୂର୍ବ
ଭାରତକୁ ସର୍ବାଧିକ ପ୍ରାଥମିକତା ଦିଆଯାଇ ପ୍ରଥମ ଥର ପାଇଁ ପ୍ରାକୃତିକ ଗ୍ୟାସ ପାଇପଲାଇନର କାମ ଆରମ୍ଭ
କରାଯାଇଥିଲା ବୋଲି ପଶ୍ଚିମବଙ୍ଗ ଠାରେ ଏକ ପ୍ରେସମିଟରେ କହିଛନ୍ତି ତିନିଦିନିଆ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହଳିଦିଆ ଠାରେ
ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର
ମୋଟ୍ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ
କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ପ୍ରଧାନ ବୋଲି କହିଛନ୍ତି ।
ଆଜି ଦୁର୍ଗାପୁର ସ୍ଥିତ ପାନାଗଡ଼ ଇଣ୍ଡଷ୍ଟ୍ରିଆଲ ପାର୍କର ଥିବା ମେଟ୍ରିକ୍ସ ଫର୍ଟିଲାଇଜର ଏଣ୍ଡ କେମିକାଲ୍ସ ଲିମିଟେଡ୍‌
ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସାକ୍ଷାତ୍ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ନେଇ
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଶାସନ ଭାର ଗ୍ରହଣ କରିବା ପରେ ପୂର୍ବ ଭାରତର ରାଜ୍ୟ
ଗୁଡିକୁ ସର୍ବାଧିକ ପ୍ରଧାନ୍ୟ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଆସନ୍ତା ୭ ତାରିଖରେ
ପଶ୍ଚିମବଙ୍ଗରୁ ଭାରତ ପେଟ୍ରୋଲିୟମ କର୍ପୋରେସନ (ବିପିସିଏଲ) ଦ୍ୱାରା ହଳଦିଆ ଠାରେ ୧୦୦୦ କୋଟି
ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲର ଲୋକାର୍ପଣ କରାଯିବ । ଏହି ଏଲପିଜି ଟର୍ମିନାଲ ପୂର୍ବ
ଭାରତର ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି
ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର ଲୋକାର୍ପଣ
କରିବେ । ଫଳରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପାଇପରେ ଗ୍ୟାସ ଆସିବ । ଏହି ଧୋବି-ଦୁର୍ଗାପୁର ଗ୍ୟାସ୍‌
ପାଇପଲଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପଲାଇନ ୨୪୩୩ କୋଟି
ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହି ପାଇପଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର
ପନଃଉଦ୍ଧାର କରିବା ସହ ଏହି ପ୍ଲାଟ୍ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର
ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ।
ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ
କରିବାର କାର୍ଯ୍ୟକ୍ରମ ରହିଛି । ଏହା ଦ୍ୱାରା ଏହି ରିଫାଇନାରୀରେ ୧ ହଜାର ୨୦ ଲକ୍ଷ କୋଟି ଟଙ୍କା ବ୍ୟୟରେ
ବାର୍ଷିକ ୨୭୦ ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍‌
(ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ ।
ଏହାବ୍ୟତିତ ଜାତୀୟ ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍‌-ଫ୍ଲାଏ
ଓଭରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ଉଲ୍ଲେଖନୀୟ ଯେ, ତିନିଦିନିଆ ପଶ୍ଚିମ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଆସନ୍ତାକାଲି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ
ହେଉଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ତୈଳ ବିପଣନ କମ୍ପାନୀଙ୍କ ସହ ଆଲୋଚନା
କରିବା ସହ ହଳଦିଆର ଆଇଓସିଏଲ ରିଫାଇନାରୀ ପରିଦର୍ଶନ ଓ ହଳଦିଆ ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ
ହେବାକୁ ଥିବା ସ୍ଥାନ ଗସ୍ତ କରି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତିତ ତୃତୀୟ ଦିନରେ ହଳଦିଆ
ଠାରେ ତୈଳ ଓ ଗ୍ୟାସ କମ୍ପାନୀର ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଯୋଗଦେବା ପରେ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ ହେବାକୁ ଥିବା ତୈଳ, ଗ୍ୟାସ ଓ ସଡ଼କ ବିଭାଗର ପ୍ରକଳ୍ପ
କାର୍ଯ୍ୟକ୍ରମରେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking