21.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗଝିଅ ଜନ୍ମ ହେବାରୁ ବୋହୂକୁ ଛାଡିଦେଲେ ଶାଶୁଘର ଲୋକେ

ଝିଅ ଜନ୍ମ ହେବାରୁ ବୋହୂକୁ ଛାଡିଦେଲେ ଶାଶୁଘର ଲୋକେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଦେବବନ୍ଦ ଗାଁ ଭନେଡାରେ ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ଆପଣ ଭାବିବେ ଝିଅ ଜନ୍ମ କରିବା କଣ ଅପରାଧ ? ସରକାର ହୁଅନ୍ତୁ କିମ୍ବା ସମାଜ, ଆଜିର ଆଧୁନିକ ଯୁଗରେ ସମସ୍ତେ କହୁଛନ୍ତି ଝିଅମାନେ କୌଣସି ପୁଅ ଠାରୁ କମ୍ ନୁହଁନ୍ତି । ‘ବେଟି ବଚାଓ ବେଟି ପଢାଅ’  ଅଭିଯାନ ସବୁଠି ଚାଲୁଛି । ହେଲେ ଦେବବନ୍ଦ ଅଂଚଳର ଭନେଡା ଗାଁରେ ବାସ କରୁଥିବା ଜଣେ ପରିବାର ଲୋକଙ୍କ ମାନସିକତା ଏବେ ବି ପଛୁଆ ହୋଇ ରହିଛି । ସୂଚନା ଅନୁସାରେ, ଏକ ପରିବାର ବୋହୂ ଗର୍ଭବତୀ ଥିବାରୁ ପୁଅ ହେବା ଆଶା ନେଇ ଶ୍ୱଶୁର ଘର ଲୋକେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପରେ ବୋହୂ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଆଉ ଏହାପରେ ସେ ବୋହୂର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ତ ଦୂରର କଥା ବୋହୂକୁ ଜିଲ୍ଲା ହସ୍ପିଟାଲରେ ଛାଡି ଚାଲିଯାଇଥିଲେ । ଆଉ ଏବେ ଦଶ ଦିନ ହେଲାଣି ଜଚା ହସ୍ପିଟାଲରେ ୱାର୍ଡ ନମ୍ବର ୯ରେ ନିଜ ପତିଙ୍କ ଅପେକ୍ଷାରେ ସେ ପଡି ରହିଛନ୍ତି । ନସୀମ ଅହମ୍ମଦଙ୍କ ଝିଅ ଆଏଶାଙ୍କ ବିବାହ ଦେଢ ବର୍ଷ ପୂର୍ବରୁ ଦେବବନ୍ଦ ଅଂଚଳ ଭନେଡା ଗାଁରେ ରହୁଥିବା ଯୁବକଙ୍କ ସହ ହୋଇଥିଲା । ବିବାହ ପରେ ସବୁକିଛି ଠିକ ଚାଲିଥିଲା । ପରେ ଆଏଶା ଗର୍ଭବତୀ ହୋଇଥିଲେ । ସ୍ୱାମୀ ସବୁବେଳେ କହୁଥିଲେ କି ପୁଅ ହିଁ ଜନ୍ମ ଦେବ । ମାତ୍ର ।ଏଶା କହୁଥିଲେ, ପୁଅ ହେଉ କିମ୍ବା ଝିଅ ଦୁହେଁ ସମାନ । ମହିଳାଙ୍କ କହିବାନୁସାରେ, ଏହି କଥାରେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ପିଟୁଥିଲେ । ୨୨ ଜାନୁଆରୀରେ ଆଏଶାଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଆଉ ଏହି ଖବର ଶାଶୁଘର ଲୋକଙ୍କୁ ଜଣାପଡିବା ପରେ ହସ୍ପିଟାଲରୁ ସ୍ୱାମୀଙ୍କ ସମେତ ଶ୍ୱଶୁର, ଶାଶୁ ବୋହୂର ହାଲଚାଲ ବୁଝିବା ପରିବର୍ତ୍ତେ ସେଠାରୁ ଗାୟବ ହୋଇଯାଇଥିଲେ । ଏହି ଘଟମାର ୫ ଦିନ ପରେ ଆଏଶା ତାଙ୍କ ସ୍ୱାମୀକୁ ଫୋନ କରିଥିଲେ । ଆଏଶାଙ୍କୁ ତାଙ୍କ ସ୍ୱାମୀ ଆଉ ରଖିବେନି ବୋଲି କହିଥିଲେ । ସେ ଆଉ କାହାକୁ ବିବାହ କରିପାରନ୍ତି । ଝିଅକୁ ନି ନେଇପାରନ୍ତି । ବୋଲି କହିବା ସହ କେବେ ବି ତାଙ୍କୁ ଫୋନ ନକରିବାକୁ କହିଥିଲେ । ସ୍ୱାମୀ ଆହୁରି ମଧ୍ୟ କହିଥିଲେ, ଝିଅ ଜନ୍ମ କରିଛୁ । କହିଥିଲି ନାଁ, ପୁଅ ଜନ୍ମ କରିବୁ । ଏବେ ନିଜ ଘରେ ରହ । ମୁଁ ଆଜିଠୁ ତତେ ମୁକ୍ତ କରିଦେଲି । ତୋ ବାପା ମତେ କଣ ଦେବ । ଝିଅ ହେବା ପୂର୍ବରୁ ଘର ମାଗିଥିଲି . ତାକୁ ଦେଲେନି । ଏହାପରେ ଆଏଶାଙ୍କ ବାପା ନସୀମ ଅହମ୍ମଦ ଝିଅ ଶ୍ୱଶୁର ଘର ଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ କଥା ହୋଇନଥିଲେ । ଏବେ ବି ।ଏଶା ହସ୍ପିଟାଲରେ ତାଙ୍କ ସ୍ୱାମୀଙ୍କୁ ଅପେକ୍ଷା କରି ରହିଛନ୍ତି । ତାଙ୍କ ପରିବାର ଲୋକେ ଏ ଯାଏଁ କୌଣସି ପ୍ରକାର ମାମଲା ରୁଜୁ କରିନାହାନ୍ତି । କାରଣ ସେମାନେ ଚାହାନ୍ତି ତାଙ୍କ ଝିଅର ଘର ପୁଣି ସଜାଡି ହେବା ସହିତ ଶାଶୁଘର ଲୋକେ ପୁଣି ତାଙ୍କୁ ଆପଣାନ୍ତୁ । ଯଦି ଏମିତି ନହେବ ତେବେ ଆଗକୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking