19.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗମହିଳାଙ୍କ ଉପରେ କୌଣସି ଅପରାଧ କରିବା ଏବେ ପଡିବ ମହଙ୍ଗା

ମହିଳାଙ୍କ ଉପରେ କୌଣସି ଅପରାଧ କରିବା ଏବେ ପଡିବ ମହଙ୍ଗା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ମହିଳାଙ୍କ ଅପରାଧ ଉପରେ ଅଙ୍କୁଶ ଲଗାଇବା ପାଇଁ ଶିବରାଜ ସରକାର ନୂତନ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟରେ ମହିଳାଙ୍କ ଉପରେ କୌଣସି ପ୍ରକାର ଅପରାଧ ସାମ୍ନାକୁ ଆସିଲେ, ସଂପୃକ୍ତ ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯିବ । ମାମଲା ରୁଜୁ ହେବା କ୍ଷଣି ଏହା କରାଯିବ ବୋଲି ପରିବହନ କମିଶନର ମୁକେଶ କୁମାର ଏକ ନିର୍ଦ୍ଦେଶନାମା ଜାରି କରି ସୂଚନା ଦେଇଛନ୍ତି । ପୀଡିତା ମହିଳା ଅଭିଯୋଗ କରିବା ପରେ ହିଁ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁପ୍ରିମକୋର୍ଟ କମିଟି ଅନ ରୋଡ ଇମ୍ପ୍ଲିମେଣ୍ଟେସନ କମିଟି, ପିଟିଆରଆଇ ପୁଲିସ ମୁଖ୍ୟାଳୟରୁ ନିର୍ଦ୍ଦେଶ ମିଳିବା ପରେ ପରିବହନ କମିଶନର ଏ ସମ୍ବନ୍ଧରେ ସମସ୍ତ ଆରଟିଓଙ୍କୁ ଚିଠି କରିଛନ୍ତି । ଯାହାଫଳରେ ମହିଳାଙ୍କ ଉପରେ ବଢୁଥିବା ଅପରାଧରେ ରୋକ ଲଗାଯାଇପାରିବ । ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଏହି ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶ ମିଳିବା ପରେ ସେଠାରେ ମହିଳା ସୁରକ୍ଷା ନେଇ ବିଭିନ୍ନ ପ୍ରକାର ଅଭିଯାନ କରାଯାଉଛି । ମହିଳା ଅପରାଧ କରୁଥିବା ଅଭିଯୁକ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking