ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ମୋବାଇଲ ଫୋନ ଓ ଚାର୍ଜର, ଅଚୋ ପାର୍ଟ୍ସ, ସିଲ୍କ ଉତ୍ପାଦ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ସୁନା, ରୂପା, ଲୁହା, ନାଇଲନଯୁକ୍ତ କପଡା ଆଦିର ମୂଲ୍ୟ ହ୍ରାସ ହୋଇଛି । ଅର୍ଥମନ୍ତ୍ରୀ ସୁନା ଓ ରୂପା ଉପରେ କଷ୍ଟମ ଡ୍ୟୁଟି କମ୍ କରିବା ନେଇ ସଂକେତ ଦେଇଛନ୍ତି । ଅନ୍ୟପଟେ ମୋବାଇଲର କିଛି ପାର୍ଟ୍ସ ଉପରେ ଶୁକ୍ଳ ବଢିବ ବୋଲି ଜଣାପଡିଛି ।
ମୋବାଇଲ ବ୍ୟତୀତ କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ କଟନ ଉପରେ ଶୂନରୁ ୧୦ ପ୍ରତିଶତ ଓ ସିଲ୍କ ଉତ୍ପାଜ ଉପରେ ୧୦ରୁ ୧୫ ପ୍ରତିଶତ କରିବା ପାଇଁ ଘୋଷଣା କରିଛନ୍ତି । କିଛି ଅଟୋ ପାର୍ଟ୍ସ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇ ୧୫ ପ୍ରତିଶତ କରାଯାଇଛି । ତେବେ କଷ୍ଟମ ଡ୍ୟୁଟି ବୃଦ୍ଧି ହେବା ଫଳରେ କିଛି ଉତ୍ପାଦ ମହଙ୍ଗା ହେବ । ହେଲେ ଏଥିରେ ଦେଶରେ ମ୍ୟାନୁଫାକଚରିଂ ଓ ଏମଏସଏମଇକୁ ପ୍ରୋତ୍ସାହନ ମିଳିବ । ଏହାସହ ଆତ୍ମନିର୍ଭର ଭାରତର ଭୋକାଲ ଫର୍ ଲୋକାଲ ଅଭିଯାନ ସୁଦୃଢ ହେବ । ଲୁହା ଓ ଷ୍ଟିଲ ଦର ହ୍ରାସ ହେବ ।
ମହଙ୍ଗା
ଇଲେକ୍ଟ୍ରୋନିକ ଉତ୍ପାଦ
ମୋବାଇଲ ଫୋନ
ମୋବାଇଲ ଫୋନ ଚାର୍ଜର
ମୂଲ୍ୟବାନ ଜେମ୍ସ ଷ୍ଟୋନ
ଚମଡା ଜୋତା
ଅଟୋ ପାର୍ଟ୍ସ
ସିଲ୍କ ଉତ୍ପାଦ
ପେଟ୍ରୋଲ-ଡିଜେଲ
ସୋଲାର ସେଲ
ଶସ୍ତା
ସୁନା-ରୂପା
ଇସ୍ପାତ(ଷ୍ଟୀଲ)
ଲୁହା
ନାଇଲନ ବସ୍ତ୍ର
ତମ୍ବାଯୁକ୍ତ ବସ୍ତୁ
ବୀମା
ବିଦ୍ୟୁତ
ଷ୍ଟିଲ ବାସନ