29.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗବିଧାୟକଙ୍କୁ ବିବାହ ପାଇଁ ଜିଦ

ବିଧାୟକଙ୍କୁ ବିବାହ ପାଇଁ ଜିଦ

କେନ୍ଦୁଝର: ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ଘରେ ପଶି ଜଣେ ଯୁବତୀ ବିଧାୟକଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । ଏନେଇ ପାଲଲହଡା ଥାନାରେ ଏତଲା ଦେଇଛନ୍ତି ବିଧାୟକ । ପୋଲିସ ବିଳମ୍ବିତ ରାତିରେ ବିଧାୟକଙ୍କ ଘରେ ପହଞ୍ଚି ଯୁବତୀ ଜଣଙ୍କୁ ଆଣି କେନ୍ଦୁଝରରେ ଛାଡିଥିବା ସୂଚନା ମିଳିଛି । ଯୁବତୀ ଜଣକ ମୟୁରଭଞ୍ଜ ଅଞ୍ଚଳର ବୋଲି ଜଣା ପଡିଛି । ବିଧାୟକ ନିଜ ନିର୍ବାଚନ କ୍ଷେତ୍ର ଖମାରକୁ ଏକ ବୈଠକରେ ଯୋଗ ଦେବା ପାଇଁ ଯାଇଥିବା ବେଳେ କେନ୍ଦୁଝରରେ ରହୁଥିବା ଏହି ଯୁବତୀ ଜଣକ ବିଧାୟକଙ୍କ ବାସଭବନରେ ଏକୁ ଟିଆ ପହଞ୍ଚିଥିଲେ ଓ ସେଠାରେ ଯୁବତୀ ଜଣକ ମୁକେଶଙ୍କୁ ବାହା ହେବା ପାଇଁ ଜିଦ ଧରିଥିଲେ ।

ବିଧାୟକଙ୍କ ଏତଲା ଅନୁଯାୟୀ ୧ ବର୍ଷ ପୁର୍ବରୁ ଜଣେ ମଧ୍ୟସ୍ଥି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲୋ ପରେ ଯୁବତୀ ଜଣକ ଫୋନ କରିବା ପରେ ବିଧାୟକ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମାସେ ୨ ମାସ ଫୋନ ଯୋଗେ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ତେବେ ଚାଟିଂ ଓ କଥାବାର୍ତ୍ତା ପରେ ଯୁବତୀଙ୍କ ଆଚରଣ ଓ ବ୍ୟବହାର ଅସହ୍ୟ କରିଥିଲା ବୋଲି ବିଧାୟକ ନିଜ ଏତଲାରେ କହିଛନ୍ତି । ତା’ପରେ ସେ ଯୁବତୀ ଜଣଙ୍କୁ ବିବାହ ପାଇଁ ମନା କରିଦେଇଥିଲେ । ଏହାପରେ ଯୁବତୀ ଜଣକ ତାଙ୍କୁ ବ୍ଲାକମେଲ କରିବା ସହ ମିଛ କେସରେ ଫସାଇଦେବେ ବୋଲି କହି ଧମକ ଦେଇଥିଲେ ଓ ଘରେ ପହଞ୍ଚି ବିବାହ ପାଇଁ ଜିଦ ଧରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking