27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଗୃହ ମନ୍ତ୍ରାଣାଳୟ ପକ୍ଷରୁ କୋଭିଡ ନିର୍ଦ୍ଦଶାବଳୀ ଜାରି କରାଯାଇଛି : ସିନେମା ହଲ, ପ୍ରେକ୍ଷାଳୟ ,...

ଗୃହ ମନ୍ତ୍ରାଣାଳୟ ପକ୍ଷରୁ କୋଭିଡ ନିର୍ଦ୍ଦଶାବଳୀ ଜାରି କରାଯାଇଛି : ସିନେମା ହଲ, ପ୍ରେକ୍ଷାଳୟ , ସୁଇମିଂ ପୁଲ ଖୋଲିବାକୁ ଅନୁମତି

ନୁଆଦିଲ୍ଲୀ : ଗୃହ ମନ୍ତ୍ରଣାଳାୟ ମକ୍ଷରୁ କୋଭିଡ -୧୯ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥିରେ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନ ମାନଙ୍କରେ କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରାଯାଇଛି । ବିଭିନ୍ନ କାର୍ଯ୍ୟକଳାପ ଉପରେ କୋଭିଡ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବା ସହିତ ଏସଓପି ଲାଗୁ କରିବା ଏବଂ କୋଭିଡ ଉପଯୁକ୍ତ ନିୟମ ଅବଲମ୍ବନ କରିବାକୁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତିି ।
ତଦାରଖ, ଧାରଣ ଏବଂ ସତର୍କତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଫେବୃଆରୀ ୧ରୁ ୨୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।
ଗାଇଡଲାଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋଭିଡ -୧୯ର ବିସ୍ତାରକୁ ରୋକିବା । ଯାହା ଗତ ୪ ମାସ ମଧ୍ୟରେ ନୂତନ ମାମଲା ଗୁଡିକ କ୍ରମାଗତ ଭାବେରେ ହ୍ରାସ ପାଉଥିବା ଦୃଶ୍ୟମାନ ହେଉଛି ।
ନୂତନ ନିର୍ଦ୍ଦେଶାବଳୀ ଅନୁସାରେ –
୧- ଆବଶ୍ୟକ ସ୍ଥଳେ କଣ୍ଟେନମେଣ୍ଟ ଜୋନ ଗୁଡିକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ସ୍ତରରୁ କର୍ତ୍ତୁପକ୍ଷଙ୍କ ତତ୍ୱାବଧାନରେ ସତର୍କତାର ସହ ନିୟମ ଗୁଡିକୁ କଠୋର ପାଳନ କରାଯିବ ।
୨- ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକର କଣ୍ଟେନମେଣ୍ଟ ଜୋନରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରାଯିବା ନେଇ ସ୍ଥାନୀୟ ଜିଲ୍ଲା ପୋଲିସ ଏବଂ ମୁନିସିପାଲଟି କର୍ତ୍ତୁପକ୍ଷ ଅଧିକାରୀଙ୍କ ଉତ୍ତର ଦାୟିତ୍ୱ ରହିବ ।
କୋଭିଡ ଉପଯୁକ୍ତ ଆଚରଣ-
୧- କୋଭିଡ ନିୟମକୁ ମାନିବା ଏବଂ ମୁହଁରେ ମାସ୍କ ପିନ୍ଧିବା ସହିତ ଯାତ ସ୍ୱଚ୍ଛ ଓ ସାମାଜିକ ଦୂରତା ରଖିବା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।
୨- କୋଭିଡ ପରିଚାଳନା ପାଇଁ ଏହି ନିୟମକୁ ସମଗ୍ର ଦେଶରେ ପାଳନ କରାଯିବ ।
ନିମ୍ନୋକ୍ତ ବ୍ୟତୀତ ସମସ୍ତ କାର୍ଯ୍ୟକଳାପକୁ କଣ୍ଟେନମେଣ୍ଟ ଜୋନ ବାହାରେ ଅନ୍ୟ ମାନଙ୍କୁ ଅନୁମତି ଦିଆଯାଇଛି । ଯାହା ନିମ୍ନରେ ସୂଚିତ ଥିବା ଏସଓପି ଗୁଡିକରେ କଠୋର ଅନୁକରଣ ହେବ :
୧- ସାମାଜିକ/ ଧାର୍ମିକ/କ୍ରୀଡା/ମନୋରଞ୍ଜନ/ସାଂସ୍କୃତିକ ସମାବେଶକୁ କ୍ଷମତାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ବନ୍ଦ ସ୍ଥାନରେ
୨୦୦ ଜଣଙ୍କୁ ଅନୁମତି ଦିଆଯାଇଛି ।
୨- ସିନେମା ହଲ ଏବଂ ପ୍ରେକ୍ଷାଳୟକୁ ୫୦ ପ୍ରତିଶତ
ବସିବା ପାଇଁ କ୍ଷମତା ଅନୁୁମତି ଦିଆଯାଇଛି ।
୩- କ୍ରୀଡା ବ୍ୟବହାର ପାଇଁ ସୁଇମିଂ ପୁଲ ଗୁଡିକୁ ଅନୁମତି ଦିଆଯାଇଛି । ଏଥିପାଇଁ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ସହିତ ପରାମର୍ଶ କରି ଏକ ସଂଶୋଧିତ ଏସଓପି ପ୍ରଦାନ କରାଯିବ ।
୪- ବ୍ୟବସାୟ ଟୁ ବିଜିନେସ ପ୍ରଦର୍ଶନୀ ହଲ ଗୁଡିକୁ ଅନୁମତି ଦିଆଯାଇଛି । ଯେଉଁଥିପାଇଁ ବାଣିଜ୍ୟ ବିଭାଗ ଦ୍ୱାରା ପରାମର୍ଶ କରି ଏକ ସଂଶୋଧିତ ଏସଓପି ଦିଆଯିବ ।
୫- ଯାତ୍ରୀ ମାନଙ୍କର ଅନ୍ତଯାର୍ତୀୟ ଯାତ୍ରାକୁ ଅଧିକ ଚଳାଚଳ କରିବା ପାଇଁ ବେସାମରିକ ବିମାନ ଚଳାଚଳ ସହିତ ପରାମର୍ଶ କରାଯାଇ ନିଷ୍ପତି ନିଆଯିବ ।
୬- ସମୟ , ସମୟରେ ଏସଓପି ଗୁଡିକ କାର୍ଯ୍ୟକଳାପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । । ଯାତ୍ରୀବାହୀ ଟ୍ରେନ , ବିମାନ ଯାତ୍ରା, ମେଟ୍ରୋ ଟ୍ରେନ,ବିଦ୍ୟାଳୟ, ହୋଟେଲ ଏବଂ ସପିଂ ମଲ, ମଲ୍ଟିପ୍ଲେକ୍ସ ,ପାର୍କ ,ଯୋଗ ଏବଂ ଜିମ ଇତ୍ୟାଦି ଏହି ଏସଓପି ନିୟମ ଅନୁସାରେ କାର୍ଯ୍ୟକାରୀ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking