22.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗଜାନୂଆରୀ ୨୬ରୁ ଆଦିବାସୀ ମେଳା

ଜାନୂଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର : ରାଜ୍ୟରେ ସବୁଆଡ଼େ କୋରନା କଟକାଣା ଜାରି ରହିଥିବା ବେଳେ । ବର୍ଷ ସାରା ସବୁ ଉତ୍ସବ ଓ ମେଳା ଫିକା ପଡିଥିଲା । ତେବେ କୋରନା ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି ରାଜଧାନୀରେ ଆସନ୍ତା ୨୬ ତାରିଖରୁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ଆଦିବାସୀ ମେଳା । ଏହି ମେଳା ଭୁବନେଶ୍ୱରର ୧ ନମ୍ବର ପଡିଆ ଠାରେ ଅନୁଷ୍ଠିତ ହେବ । ଏହାକୁ ନେଇ ଶନିବାର ଦିନ ଏକ ପ୍ରସ୍ତୁତି ବୈଠକ ବସିଥିଲା । ମାସ୍କ ପିନ୍ଧିବା ସହ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇ କିପରି ଶୃଙ୍ଖଳତାର ସହ ଆୟୋଜିତ କରାଯିବ, ସେ ନେଇ ଆଲୋଚନା କରାଯାଇଥିଲା ।
ତେବେ ଏହି ବୈଠକରେ ଏସସିଏସଟିଆଉର ନିର୍ଦ୍ଦେଶକ ଅଖିଳ ବିହାରୀ ହୋତା ଏବଂ ଅନୁସୁଜଚିତ ଜନଜାତି ବିଭାଗର ନିର୍ଦ୍ଦେଶିକା ପୁନମ ଗୁହା ଉପସ୍ଥିତ ଥଲେ ।

ତେବେ ବର୍ଷର ପ୍ରତ୍ୟକ ମେଳା ଓ ଉତ୍ସବକୁ ବନ୍ଦ କରାଯାଉଥିବାରୁ ଏହି ମେଳାର ଆୟୋଜନକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ପରିଶେଷରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ମେଳା ଜାନୂଆରୀ ୨୬ରୁ ଫେବୃଆରି ୯ ଯାଏଁ ଚାଲିବ । ସକାଳ ୧୧ ଟାରୁ ସଂନ୍ଧ୍ୟା ୭ ଟା ଯାଏଁ ମେଳା ଖୋଲା ରହିବ ଓ ଭର୍ଚୁଆଲ ମାଧ୍ୟମରେ ମେଳାକୁ ଦର୍ଶକ ଦେଖିପାରିବେ ଓ ଅନଲାଇନରେ ଜିନିଷ ପତ୍ର କ୍ରୟ କରିପାରିବେ । ଏହାସହ ପଡିଆକୁ ଯାଇ ମଧ୍ୟ ଏହି ମେଳାର ଆନନ୍ଦ ନେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking