21.1 C
Bhubaneswar
Monday, November 18, 2024
HomeUncategorizedଆଇସକ୍ରିମରୁ କୋରନା ଭାଇରସ

ଆଇସକ୍ରିମରୁ କୋରନା ଭାଇରସ

ବେଜିଂ : ଚୀନ ସବୁବେଳେ ନିଜ କାରନାମା ପାଇଁ ଚର୍ଚ୍ଚାରେ ରହିଥାଏ । କେତେବେଳେ ପାକିସ୍ତାନକୁ ଅନ୍ତଃବସ୍ତ୍ରରୁ ନିର୍ମିତ କୋରନା ମାସ୍କ ପଠାଇ ହେଉ କିମ୍ବା ଯେଉଁ ଦେଶକୁ ମୁଳରୁ କୋରନା ଯାଇନାହିଁ ସେହି ଦେଶକୁ ଟୀକା ପଠାଇ ଦେଇଥିବା ଖବର ହେଉ । ଏବେ ପୁଣି ଆସିଛି ସେହିପରି ଏକ ଖବର ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଆପଣ ହୋଇଯିବେ ।

ଶୁଣାଯାଉଛି ଚୀନରେ ଆଇସକ୍ରିମ ଡ଼ବାରୁ କୋରନା ଭାଇରସ ମିଳିଛି । ଉତ୍ତର ଚୀନରେ ଆସକ୍ରିମର ନମୁନା ଯେବେ ପରୀକ୍ଷା କରାଗଲା , ସେଥିରେ କୋରନା ଭାଇରସର ସଂକ୍ରମଣ ଦେଖିବାକୁ ମିଳିଥିଲା । ଏବେ ଯେଉଁ ବ୍ୟକ୍ତି ମାନେ ଏହି ଆଇସକ୍ରିମକୁ ଖାଇଛନ୍ତି ସେମାନଙ୍କୁ ସରକାର ଖୋଜି ଚିହ୍ନଟ କରୁଛନ୍ତି ।

ଚୀନର ସ୍କାଇ ଖବର ଚ୍ୟାନେଲର ସୂଚନା ଅନୁସାରେ ଏହି ମାମଲା ଚୀନର ତିୟାନଜିନ ଅଞ୍ଚଳର । ଯେଉଁଠାରେ ଏକ ଦୋକାନର ୩ଟି ଆଇସକ୍ରିମ ଡ଼ବାରୁ କୋରନା ସଂକ୍ରମଣ ବାହାରିଛି । ତିୟାନଜିନ ଡ଼କିୟାଡ଼ୋ ଫୁଡ଼ କମ୍ପାନୀର ଆସୁଥିବା ୪,୮୩୬ ଆଇସକ୍ରିମ ଡ଼ବାରୁ ଏହି ସଂକ୍ରମଣ ଦେଖିବାକୁ ମିଳିଛି । ଏହି ମଧ୍ୟରୁ ୨,୦୮୯ ଟି ଡ଼ବାକୁ ସିଲ କରିଦିଆଯାଇଛି ଓ ୨,୭୪୭ ଟି ଡ଼ବା ମଧ୍ୟରୁ ୯୩୫ ଟି ଡ଼ବା ବଜାରକୁ ଆସିଥିଲା । ସେଥିମଧ୍ୟରୁ ୬୫ ଟି ଡ଼ବା ବିକ୍ରି ହୋଇଯାଇଛିି । ଏହା ଛଡ଼ା ୧,୮୧୨ ଟି ଡ଼ବା ଅନ୍ୟଆଡ଼େ ପଠାଯାଇଛି ।

ଏହି ଆଇସକ୍ରିମ ଡ଼ବାରୁ କୋରନା ଭାଇରସ ସଂକ୍ରମଣ ଖବର ପ୍ରସାରିତ ହେବା ପରେ ସବୁଆଡ଼େ ଆତଙ୍କ ଖେଳି ଯାଇଛି । ତିୟାନଜିନ ଡ଼କିୟାଡ଼ୋ ଫୁଡ଼ କମ୍ପାନୀର ୧୬୬୨ କର୍ମଚାରୀଙ୍କୁ କ୍ୱାରେନଣ୍ଟାଇନ କରାଯାଇଛି । ଏମାନଙ୍କ ମଧ୍ୟରୁ ୭୦୦ ଜଣଙ୍କ କୋରନା ପଜେଟିଭ ବାହାରିଛି ଓ ଅନ୍ୟ ମାନଙ୍କ ରିପାର୍ଟ ଆସିବା ବାକି ରହିଛି । କୁହାଯାଉଛି କୌଣସି ବ୍ୟକ୍ତିଦ୍ୱାରା ଏହି କମ୍ପାନୀରେ ସଂକ୍ରମଣ ପହଞ୍ଚିଛି ଓ ଥଣ୍ଟା ପରିବେଶ ଯୋଗୁଁ ଏହା ବ୍ୟାପିଥାଇ ପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking