18.1 C
Bhubaneswar
Wednesday, January 8, 2025
Homeବ୍ରେକୀଙ୍ଗବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ, ଜାନୁଆରି ୨୨ରେ ବିଶାଳ ଗଣ ବିକ୍ଷୋଭ

ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ, ଜାନୁଆରି ୨୨ରେ ବିଶାଳ ଗଣ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନବ ମନୋନିତ ସମସ୍ତ ବ୍ଲକ ନେତୃତ୍ୱଙ୍କୁ ସମ୍ବର୍ଧିତ କାରାଯାଇଥିଲା । ପରେ ପରେ ଏହି ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ତଥା ପ୍ରଶାସନ ଓ ମିଲର୍ସ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ କରିବା ସହ ପ୍ୟାକ୍ସମାନଙ୍କରେ ୫ରୁ ୧୦ କେଜି ଧାନ କଟନି ଛଟନି ବିରୁଦ୍ଧରେ ଆସନ୍ତା ଜାନୁୟାରୀ ୨୨ ତାରିଖ ଶୁକ୍ରବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଥିଲା । ସଭା ପ୍ରାରମ୍ଭରେ ଦିଲ୍ଲୀରେ କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ନୂତନ ଭାବରେ ମନୋନିତ ବ୍ଲକ କିଶାନ କଂଗ୍ରେସ ଅଧ୍ୟକ୍ଷ ଗଗନ ନାଥ, ପ୍ରଦ୍ୟୁମ୍ନ ସାହୁ, ହେମନ୍ତ ସାହୁ, ପ୍ରଦୀପ ମିଶ୍ର, ଗିରିଧାରୀ ସାହୁ, ଉତ୍ତମ ପଟେଲ, ଆଦିକନ୍ଦ ପୋଡ, ଘନଶ୍ୟାମ ପ୍ରଧାନ, ହେମବନ୍ତ ସେଠ, ଋଷି ନାଥ, ମାୟାଧର ସୁନା, ସରୋଜ ପଧାନ, ଅଶୋକ ପଟେଲ, ସାନ୍ତନୁ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆଗାମୀ ଦିନରେ ପଂଚାୟତ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଆହ୍ୱାନ ଦେଇଥିଲେ । ଉପ-ସଭାପତି ମନୀଷ ମିଶ୍ର, ବୁଲୁ ଦାନି, ଇଂ ରମେଶ ପୁରୋହିତ, ନବକିଶୋର ନାଏକ, ଯୁବନେତା ପ୍ରଫୁଲ୍ଲ ମିଶ୍ର, ଅଜୟ ବାଲି, ପ୍ରେମ ପ୍ରକାଶ ମିଶ୍ର, ମିଲନି ସାହୁ, ଅନିଲ ମେହେର, ଗୁଣସାଗର ମାଝି, ବିକାଶ ପାଣିଗ୍ରାହୀ, ଶ୍ରୀଧର ବାରିକ, ରାମ ପ୍ରସାଦ ମିଶ୍ର, ଶୁଶାନ୍ତ ଷଡଙ୍ଗୀ, ଫଜୁଲୁଦ୍ଧିନ ଖାନ, ସତ୍ୟାନନ୍ଦ ସୁନା, ଓମ୍ ପ୍ରକାଶ କୁମ୍ଭାର, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ସରୋଜ ରଥ, କୁନା ପ୍ରଧାନ, ଯୁଗେଶ୍ୱର ସାହୁ, ହରି ନନ୍ଦ, କୈଳାସ ମିଶ୍ର, ପପୁ ପାତ୍ର, ଅନ୍ତ ମଛଖଣ୍ଡ, ପବିତ୍ର ନେପାକ, ବସୁଦେବ ନାଏକ, ଲଳିତ ପଟେଲ, ସୁରୁ ମେର୍ଲି, ସତ୍ୟ ନାଗ, ଗଦାଧର ମହାପାତ୍ର, ସୁଦର୍ଶନ ମିଶ୍ର, ପତିତପାବନ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ । ଏହି ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking