28.1 C
Bhubaneswar
Sunday, November 17, 2024
Homeସ୍ୱାସ୍ଥ୍ୟଅର୍ଗାନିକ ଫୁଡ ଖାଇଲେ କଣ ସବୁ ଫାଇଦା ମିଳେ

ଅର୍ଗାନିକ ଫୁଡ ଖାଇଲେ କଣ ସବୁ ଫାଇଦା ମିଳେ

ନୂଆଦିଲ୍ଲୀ: ସାଧାରଣ ଭାବରେ ପ୍ଲେଟରେ ରହିଥିବା ତାଜା ଫଳ ଓ ପନିପରିବା ଦେଖି ଆପଣ ଭାବି ନିଅନ୍ତି ଯେ, ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଓ ଏହା ନିହାତି ହିତକାର । ହେଲେ ବାସ୍ତବରେ ଏମିତି ଭାବିବା ଭୁଲ । କାରଣ ଫସଲକୁ କୀଟପତଙ୍ଗ ଠାରୁ ରକ୍ଷା କରିବା ପାଇଁ ଯେଉଁ କେମିକାଲ ବ୍ୟବହାର କରାଯାଏ, ତାହା ପରବର୍ତ୍ତୀ ସମୟରେ ଆମ ଶରୀରକୁ କ୍ଷତି ପହଂଚାଇଥାଏ । ଫଳରେ ଲୋକଙ୍କ ନିକଟରେ ନା କେବଳ ହର୍ମୋନ ଇନବାଲାନ୍ସ ହୁଏ, ବରଂ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଦେଖାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ, ଅର୍ଗାନିକ ଫୁଡରେ ଭରି ରହିଥିବା ପୋଷକ ତତ୍ୱ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା କେବଳ ସ୍ୱାଦରେ ଭଲ ନୁହେଁ, ବରଂ ଏହାକୁ ଖାଇବା ଦ୍ୱାରା ବାହାରର ଅନହେଲଦି ଖାଇବା ଅଭ୍ୟାସ ମଧ୍ୟ ନିୟନ୍ତ୍ରିତ ହୋଇଯାଏ । ମହଙ୍ଗା ହେବା କରାଣରୁ ଲୋକେ ଏହାକୁ ଖାଇନଥାନ୍ତି । କିନ୍ତୁ ଯଦି ଏହାର ଦୀର୍ଘକାଳୀନ ମୂଲ୍ୟ ଦେଖିବା, ତେବେ ଏହି ଖାଦ୍ୟ ଆପଣଙ୍କର ଦୈନନ୍ଦିନ ଖାଦ୍ୟ ଅପେକ୍ଷା ବହୁତ ଶସ୍ତା ଅଟେ । ଏହାକୁ ଡାଏଟରେ ସାମିଲ କରି ଆପଣ କେବଳ ବାହାରେ ଦାମୀ ଫାଷ୍ଟଫୁଡରୁ ଦୂରେଇ ରହିବେ ନାହିଁ ବରଂ ଅସୁସ୍ଥତା ପାଇଁ ଡାକ୍ତରଙ୍କୁ ବଡ ଦେୟ ମଧ୍ୟ ଦେବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking