31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଯବାନଙ୍କ ହାତରେ ଧରାପଡିଲେ ଚୀନ ସୈନିକ

ଯବାନଙ୍କ ହାତରେ ଧରାପଡିଲେ ଚୀନ ସୈନିକ

ନୂଆଦିଲ୍ଲୀ: ଲାଦାଖରୁ ଆସିଛି ଏକ ବଡ ଖବର । ସେଠାରେ ଜଣେ ଚୀନ ସୈନିକଙ୍କୁ ଭାରତୀୟ ଯବାନ ଧରିଛନ୍ତି । ଉକ୍ତ ଚୀନ ଯବାନ ଜଣଙ୍କ ଭାରତ ସୀମାରେ ବୁଲୁଥିବା ଖବର ଆସିଛି । ଯବାନ ଜଣକ ଚୁସୁଲ ସେକ୍ଟରର ଗୁରୁଙ୍ଗ ଘାଟି ନିକଟରେ ଧରାପଡିଥିବା ଜଣାପଡିଛି । ପଚରାଉଚୁରା କରିବା ପରେ ସେ ବାଟବଣା ହୋଇ ପ୍ରବେଶ କରିଥିବା କହିଛି । ଭାରତୀୟ ଯବାନ ତାକୁ ଏବେ ପଚରାଉଚୁରା କରୁଛନ୍ତି । ତଦନ୍ତ ସରିବା ପରେ ଯଦି ସେମାନେ ସନ୍ତୁଷ୍ଟ ହୁଅନ୍ତି, ତେବେ ତାକୁ ଚୀନ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ । ରିପୋର୍ଟ ଅନୁସାରେ, ଜାନୁଆରୀ ୮ ତାରିଖରେ ଲାଦାଖରେ ଭାରତୀୟ ସୀମା ମଧ୍ୟରେ ଚୀନର ଜଣେ ସୈନିକ ଧରାପଡିଥିଲା । ତାକୁ ପୌଗାଙ୍ଗୋ ନିକଟରେ ଧରାଯାଇଥିଲା । ସେତବେଳେ ସେ ବି କହିଥିଲା, ବାଟବଣା ହୋଇ ପଶି ଆସିଛି ବୋଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking