ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି । ଜାନୁୟାରୀ ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ବାଇଡେନ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଏହା ଭଲ କଥା । ଏମିତି କିଛି ଜିନିଷ ରହିଛି ଯାହା ଉପରେ ସେ ଆଉ ମୁଁ କେବେ ସହମତି ହୋଇନଥାଉ । ହେଲେ ସାମ୍ପ୍ରତିକ ଘଟଣା ପରେ ଦେଶ ପାଇଁ ଲଜ୍ଜାଜନକ ବିଷୟ ସେ ପାଲଟିଛନ୍ତି । ଶପଥଗ୍ରହଣ ଉତ୍ସବରେ ସେ ଯୋଗ ନଦେବା ଭଲ କଥା । ସେ କହିଛନ୍ତି ଯେ, ଆମେରିକା ଇତିହାସରେ ଟ୍ରମ୍ପ ଅନ୍ୟତମ ଅଯୋଗ୍ୟ ରାଷ୍ଟ୍ରପତି । ଆମେରିକାରେ ୩ ନଭେମ୍ବରରେ ହୋଇଥିବା ନିର୍ବାଚନରେ ଅନେକ ସପ୍ତାହ ଧରି ବିଜୟର ମିଛ ଦାବିଦାର କହୁଥିବା ଟ୍ରମ୍ପ ଏହି ସମାରୋହରେ ସାମିଲ ହେବା ନେଇ ଆଶା ମଧ୍ୟ କରାଯାଉନଥିଲା ।