ନୁଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ଦେଖାଦେଇଛି । ଆଜି ସକାଳୁ କୁହୁଡ଼ି ଅଧିକ ଥିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦୃଷ୍ୟମାନ କମ ରହିବା ଯୋଗୁ ଗାଡିମଟର ମଧ୍ୟ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଥିଲା । ତେବେ ଥଣ୍ଡା ପରିମାଣ ମଧ୍ୟ ଅଧିକ ଥିବାରୁ ଏହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । ପର୍ଯ୍ୟଟକ ମାନେ ଦେଶର ବିଭିନ୍ନ ସ୍ଥାନରୁ ଆସି ଦିଲ୍ଲୀ ବୁଲିବା ସହିତ ଥଣ୍ଡା ପାଗର ଆନନ୍ଦ ନେଉଛନ୍ତି । ତେବେ ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।