ଭୁବନେଶ୍ୱର: ଆସନ୍ତାକାଲିଠାରୁ ଖୋଲିବ ମା ସମଲେଶ୍ୱରୀଙ୍କ ମନ୍ଦିର । ପ୍ରଥମ ୫ ଦିନ ସ୍ଥାନୀୟ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ସୂଚନା ମିଳିଛି । ପରେ ୮ ତାରିଖ ଠାରୁ ସମସ୍ତ ଭକ୍ତ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ । କୋଭିଡ ଗାଇଡଲାଇନ ମାନି ଦର୍ଶନ କରିବେ । ମନ୍ଦିର ଖୋଲିବା ନେଇ ସୂଚନା ପ୍ରଦାନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ମହାମାରୀ କରୋନା ପାଇଁ ଦୀର୍ଘ ୯ ମାସ ଧରି ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ମାତ୍ର ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି । ହ୍ରାସ ପାଇଥିଲେ ବି ସଂକ୍ରମଣ ଜାରି ରହିଛି । ସବୁପରେ ବି ସ୍ଥାନୀୟ ପ୍ରଶାସନର ଅନୁମତିରେ ଏବେ ସମସ୍ତ ମନ୍ଦିର ଖୋଲିବାକୁ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ସେବାୟତ ଓ ସ୍ଥାନୀୟ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଉଛି । ଦର୍ଶନ ସମୟରେ ଆଧାର କାର୍ଡ ସହ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ସହ ମାସ୍କ ପିନ୍ଧି ହାତ ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି ।