ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ ବନ୍ଦର ନେଇ ବଡ ନିଷ୍ପତ୍ତି ହୋଇଛି । ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓଷ୍ଟର୍ଣ୍ଣ ଡକ୍ । କେନ୍ଦ୍ର ସରକାର ପୂର୍ବ ଭାରତକୁ ଫୋକସରେ ରଖିଛନ୍ତି। ସେଥିପାଇଁ ପାରାଦୀପ ବନ୍ଦରକୁ ବିକାଶ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ବନ୍ଦରର ବିକାଶ ଘଟିଲେ ପୂର୍ବ ଭାରତ ଉନ୍ନତି ସମ୍ଭବ ବୋଲି ମତପ୍ରକାଶ ପାଇଛି। ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି । ନିଷ୍ପତ୍ତି ନେଇ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖଲାଲ ମଣ୍ଡଭିୟ ସୂଚନା ପ୍ରଦାନ କରିଛନ୍ତି । କମ୍ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ ଜାହାଜ ନିର୍ମାଣ ଚାଲିଛି । ସେସବୁ ଜାହାଜ ଆଅମ ବନ୍ଦରରେ ଥିବା ଡକ୍ ଭିତରକୁ ଆସିପାରୁନି । ବଡ ଜାହାଜ ଆଣିବାକୁ ଭାରତକୁ ବଡ ବନ୍ଦର ଓ ଡକ୍ ଦରକାର । ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ ବୋଲି ସେ କହିଛନ୍ତି ।