କପ୍ତିପଦା: କପ୍ତିପଦା ଵ୍ଲକ ଗୋଳାଗଡିଆ ତାଳଵଣି ଗାଁରେ ୧୯୫୦ ମସିହାରେ ଗଦାଧର ଵିନ୍ଧାଣୀ ଙ୍କ କୋଳ ମଣ୍ଡନ କରି ଜନ୍ମ ନେଇଥିଲେ ଵାଇଧର। ଵାପା ଜଣେ କୀର୍ତ୍ତନ ଦଳର ମାଷ୍ଟର ଥିଵାଵେଳେ ପିଲାଦିନରୁ କଳାପ୍ରତି ଵାଇଧରଙ୍କ ପ୍ରଵଳ ଆଗ୍ରହ ଥିଲା । ସେ ଶିଶୁ କଳାକାର ଭାଵେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ନାଚ, ଗୀତ ଓ ସମସ୍ତ ବାଦ୍ୟ ଯନ୍ତ୍ର ଉପରେ ତାଙ୍କର ପ୍ରଵଳ ଆଗ୍ରହ ଦିନେ ତାଙ୍କୁ ମାଷ୍ଟର କରିଦେଇଥିଲା । ଵାଇଧର ଵିନ୍ଧାଣୀ କହିଲେ ଗୋଳାଗଡିଆ ର ତାଳଵଣୀ ଗାଁ କୁ ଵୁଝାଉ ଥିଲା । କ୍ରମେ ଜିଲ୍ଲା ଓ ଜିଲ୍ଲା ଵାହାରେ ନିଜର ଖ୍ୟାତି ଅର୍ଜନ କରିବା ସହିତ ଅନେକ ଅଭ୍ୟର୍ଥନା ଓ ପୁରସ୍କାର ପାଇଥିଲେ । କଳାପ୍ରତି ଆକୃଷ୍ଟ ହୋଇ ନିଜ ପରିବାର ପାଇଁ କିଛିଵି କରିପାରି ନାହାଁନ୍ତି,ଏପରିକି ଗୋଟିଏ ଵୋଲି ପୁଅ ପାଇଁ ସେ କିଛି ଚିନ୍ତା ଵି କରିନଥିଲେ ।
ଏଵେ ୭୦ ଵର୍ଷ ଵୟସରେ ଅଣ୍ଟା ସଳଖି ଚାଲିପାରୁ ନାହାଁନ୍ତି । ସୁଖର ସଂସାର ଟିଏ ଅଛି । ପୁଅ,ଵହୂ,ନାତୀ, ନାତୁଣୀ ଙ୍କୁ ନେଇ ଜୀଵନ ଵିତାଉ ଥିବା ଵେଳେ ଅନ୍ୟ ମାନଙ୍କ ତୁଳନାରେ ନିଜକୁ ନ୍ୟୂନ ମନେକରୁଛନ୍ତି । ଆଖି ଦେଖିବା ଭଳି କିଛି ଜିନିଷ କରି ପାରି ନାହାଁନ୍ତି । ଭଲ ଘରଟିଏ ନାହିଁ, ଓଷଧ ଟିକିଏ ଖାଇଵା ପାଇଁ ହାତରେ ଅର୍ଥ ନାହିଁ । ଵଂଶୀ ଓ ଵେହେଲା ବାଦକ ହିସାଵରେ ପୂର୍ଣ୍ଣ ଲକ୍ଷ୍ମୀ ଗଣନାଟ୍ୟ ରେ ସେ ଅନେକ ଦିନ କାମକରି ଓଡିଶା ର ଵିଭିନ୍ନ ସ୍ଥାନରୁ ପୁରଷ୍କୃତ ହୋଇଛନ୍ତି । ଏଵେ ଦିନେ ଦିନେ ପୁରୁଣା ସ୍ମୃତିକୁ ମନେ ପକାଇ ସେହି ଯନ୍ତ୍ରକୁ ଧରି ପୁରୁଣା ସ୍ମୃତିକୁ ଖୋଜୁଛନ୍ତି ।
ସରକାରୀ ସ୍ତର ରୁ କଳାକାର ଭତ୍ତାଟିଏ ମିଳିଛି । ତାହା ଓଷଧ ଖର୍ଚ୍ଚ କୁ ନିଅଣ୍ଟ । ଚଳିଵାକୁ ଵହୁତ କଷ୍ଟକର ହେଉଛି । ଜମିଵାଡି କିମ୍ବା କୈଳିକ ଵୃତ୍ତି ନଥିଵାରୁ ପୁଅପକ୍ଷେ ପରିଵାର ଚଳାଇ କୈଣସି ପ୍ରକାର ପେଟକୁ ଦାନା ମିଳୁଛି । ଘର ଖଣ୍ଡେ, ଓ ଓଷଧ ଖର୍ଚ୍ଚ ପାଇଁ ସରକାରୀ ସହାୟତା ପାଇଁ ନିଵେଦନ କରିଛନ୍ତି ଦୁସ୍ଥ କଳାକାର ଵାଇଧର ଵିନ୍ଧାଣୀ ।