17.1 C
Bhubaneswar
Saturday, January 11, 2025
Homeଅପରାଧସମ୍ବଲପୁରରେ ଭୁଶୁଡୁଛି ଆଇନଶୃଙ୍ଖଳା, ବିଚ୍ ରାସ୍ତାରେ ହତ୍ୟା

ସମ୍ବଲପୁରରେ ଭୁଶୁଡୁଛି ଆଇନଶୃଙ୍ଖଳା, ବିଚ୍ ରାସ୍ତାରେ ହତ୍ୟା

ସମ୍ବଲପୁର : ସମ୍ବଲପୁର ସହରର ଫାର୍ମରୋଡ୍‌ରେ  ବିଚ୍‌ରାସ୍ତାରେ ଜଣେ ବ୍ୟକ୍ତିଙ୍କ ହତ୍ୟା ସମ୍ବଲପୁର ମହାନଗର ନିଗମ (ଏସଏମସି) ଅଞ୍ଚଳରେ ପୁଲିସ ବ୍ୟବସ୍ଥାର ହୁଗୁଳାପଣ ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଦୀର୍ଘଦିନ ହେଲା ଏସ୍‌ପି ପଦ ଖାଲିଥିବାବେଳେ ପୁଲିସର ଅପାରଗତା ଯୋଗୁଁ ଅପରାଧୀଙ୍କ ଗତିବିଧି ବଢ଼ିଚାଲିଛି । ରବିବାର ଏକ ହତ୍ୟାକାଣ୍ଡକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।  ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ପୁଲିସ ଦାବି କରୁଥିବାବେଳେ ସୋମବାର ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ । ହେଲେ ଦୁଇ ଜଣଙ୍କୁ ଏନେଇ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଫାର୍ମରୋଡ୍‌ର ସଞ୍ଜୀବନୀ ହସ୍‌ପିଟାଲ୍ ସାମ୍‌ନାରେ ରବିବାର ରାତି ରେ ମୁଦିପଡ଼ାର ଭୀମସେନ ଓରଫ ମିଟୁ ଗୁରୁ (୪୫) ଜଣେ ବନ୍ଧୁଙ୍କ ସହ ଚା’ ପିଉଥିଲେ । ସେତିକିବେଳେ ତିନିଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି ଭୀମସେନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆଖପାଖରେ ବହୁ ଲୋକ ଥିଲେ ହେଁ ଦୁର୍ବୃତ୍ତମାନେ ଲୁହାଛଡ଼ ଓ ଧାରୁଆ ଅସ୍ତ୍ର ଧରିଥିବାରୁ କେହି ପାଖକୁ ଆସିବାକୁ ସାହସ କରିପାରିନଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଭୀମସେନଙ୍କ ଛାତି, ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଓ ସେ ତଳେ ପଡ଼ି ଯାଇଥିଲେ । ରାସ୍ତା ପାଶ୍ୱର୍ସ୍ଥ ଚା’ ଦୋକାନ ସାମ୍ନା ରକ୍ତରଞ୍ଜିତ ହୋଇପଡ଼ିଥିଲା । ଘଟଣା ଘଟାଇ ଦୁର୍ବୃତ୍ତମାନେ ଫେରାର ହେବା ପରେ ଲୋକେ ଏକ ଅଟୋରିକ୍ସାରେ ଭୀମସେନଙ୍କୁ ଜିଲ୍ଲା ସଦର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଭୀମସେନଙ୍କୁ ମୃତ ଘୋଷିତ କରିଥିଲେ ।

ପୂର୍ବରୁ ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଭୀମସେନ ଜାତୀୟ ନିରାପତ୍ତା ଆଇନରେ ମଧ୍ୟ ଅଟକ ରହିଥିଲେ । ହେଲେ ଗତ କିଛି ବର୍ଷ ହେଲା ସେ ଅପରାଧିକ ଗତିବିଧିରୁ ଦୂରେଇ ଯାଇଥିଲେ । ତାଙ୍କ ଭାଇଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । କିନ୍ତୁ କେଉଁ କାରଣରୁ ଏ ହତ୍ୟା ହୋଇଛି ସେସମ୍ପର୍କରେ ତାଙ୍କୁ ଜଣାନାହିଁ ବୋଲି ଭୀମସେନଙ୍କ ବଡ଼ଭାଇ ପ୍ରହଲ୍ଲାଦ ଗୁରୁ କହିଛନ୍ତି । ସୋମବାର ପୁଲିସ ଫରେନସିକ୍ ଦଳ ଘଟଣାସ୍ଥଳରୁ ରକ୍ତ ନମୁନା ଆଦି ସଂଗ୍ରହ କରିଥିବାବେଳେ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରିଥିଲେ । ଭୀମସେନଙ୍କୁ ହତ୍ୟା ଘଟଣାରେ ଯେଉଁ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବା କୁହାଯାଉଛି ସେମାନେ କିଛି ମାସ ତଳେ ଦାଦାବଟି ପାଇଁ ଦିନବେଳା ଜଣେ ଦୋକାନୀଙ୍କୁ ନିର୍ଘାତ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସେତେବେଳେ ଟାଉନ୍ ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking