ଯାଜପୁର : କେନ୍ଦ୍ରସରକାରଙ୍କ ତୃଟିପୂର୍ଣ୍ଣ କୃଷି ବିଲ ପ୍ରତିବାଦରେ ସାରା ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଯାଜପୁରରେ ଏହାର ପ୍ରତିବାଦ କରିଛି ନବ ନିର୍ମାଣ କୃଷକ ସଂଗଠନ । ସଂଗଠନର ସଦସ୍ୟ ମାନେ ଯାଜପୁର ସହର ପରିକ୍ରମା କରି ତୁରନ୍ତ କୃଷି ବିଲ ପ୍ରତ୍ୟାହାର କରି ଦାବୀ କରିଥିଲେ । ଏହି ବିଲ ଆସିବା ପଂଳରେ ଚାଷୀ ମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବେ । ସାରା ଦେଶରେ ଏହି ବିଲ ବିରୋଧ ଜାରି ରହିଛି । ସଂଗଠନ ପକ୍ଷରୁ ଗାନ୍ଧୀଛକ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ସାହାଙ୍କ କୁଶପୁତଳିକା ଦାହ କରାଯାଇଥିଲା । କୃଷି ବିଲ ପ୍ରତ୍ୟାହୃତନ ହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଆସନ୍ତା ୮ ତାରିଖରେ ସାରା ଦେଶରେ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛି ନବନିର୍ମାଣ କୃଷକ ସଗଂଠନ ।