ମୟୂରଭଞ୍ଜ: ସାରନାଧର୍ମ କୋର୍ଡ ଲାଗୁ କରାଯିବା ଦାବିରେ ଆଦିବାସୀ ସେଙ୍ଗଲ ଅଭିଯାନ (ASA)ତରଫରୁ ଜାତୀୟ ରାଜପଥ 49 ଅବରୋଧ। ଆଦିବାସୀ ସେଙ୍ଗଲ ଅଭିଯାନର ରାଷ୍ଟ୍ରିୟ ଅଧ୍ୟକ୍ଷ ପୂର୍ବତନ ସାଂସଦ ଦିଶମ୍ ଗୋମକେ ସାଲଖାନ ମୁର୍ମୁଙ୍କ ନିଷ୍ପତ୍ତି କ୍ରମେ ଆଦିବାସୀ ସେଙ୍ଗଲ ଅଭିଯାନ
ବାରିପଦା, ଜୋନାଲ କମିଟି ସଭାପତିଙ୍କ ନେତୃତ୍ବରେ ସାରସକଣା, ବାଙ୍ଗିରିପୋଷି, ଶାମାଖୁଣ୍ଟା ଓ କୁଳିଅଣା ବ୍ଲକ୍ର କର୍ମୀମାନେ ମୟୁରଭଞ୍ଜ ଜିଲ୍ଲାସ୍ଥିତ ଝାରପୋଖରୀଆ ଠାରେ ଶାନ୍ତିପୂର୍ଣ୍ଣ ଭାବରେ ରୋଡ – ଚକାଜାମ୍ କରିଥିଲେ ।ସାରନାଧର୍ମକୁ ମାନ୍ୟତା ନଦେଲେ ଆଦିବାସୀ ମାନଙ୍କର ଧର୍ମ ଏବଂ ମାନବିକତା ଖୁର୍ଣ୍ଣହେବା ସହିତ ନିଜର ଅସ୍ତିତ୍ୱ ହରାଇବାକୁ ବସୁଛି । ପ୍ରକୃତି ପୂଜକ ୧୫ କୋଟି ଆଦିବାସୀ ମାନଙ୍କର ସାରନାଧର୍ମ କୋର୍ଡ ଲାଗୁ କରିବା ପାଇଁ ଦୀର୍ଘ ତିନି ମାସ ହେବ ଭାରତ ସରକାରଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରାଯାଇଥିଲା କିନ୍ତୁ ତିନିମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିବାରୁ ଆଜି ରାଷ୍ଟ୍ରବ୍ୟାପି ରେଳରୋଡ-ଚାକାଜାମ୍ କରି ସରକାରୀ ଅସହଯୋଗର ପ୍ରତିବାଦ ଜଣାଇଛନ୍ତି। ଏହି ରେଳରୋଡ-ଚାକାଜାମ୍ ମାଧ୍ୟମରେ ସରକାରଙ୍କୁ ପୁଣି ଅବଗତ କରାଇ ଆଗାମୀ ୨୦୨୧ ଜନଗଣନା ପୂର୍ବରୁ ସାରନାଧର୍ମ କୋର୍ଡ ଲାଗୁନକଲେ ଆନ୍ଦୋଳନକୁ ବ୍ୟାପକ କରାଯିବାର ଚେତାବନୀ ଦେଇଛନ୍ତି । ଆଦିବାସୀ ସମ୍ପ୍ରଦାୟର ହକ୍ ହାସଲ କରିବା ପାଇଁ ଆଗାମୀ ଦିନରେ ଦେଶବ୍ୟାପୀ ଆନ୍ଦୋଳନକୁ ତୀବ୍ରତର କାରାଯିବା ସହିତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରାସ୍ତାଘାଟରେ ନିଆଁଜାଳି ପ୍ରତିବାଦ କରିବାର ନିଷ୍ପତ୍ତି ନେଇ ଆଦିବାସୀ ସେଙ୍ଗେଲ ଅଭିଯାନର କର୍ମକର୍ତ୍ତାମାନେ କହିଛନ୍ତି । ଏହି ରୋଡ-ଚାକାଜାମରେ ନାରାନ୍ ମୁର୍ମୁ, ମାଧବ ଚନ୍ଦ୍ର ମୁର୍ମୁ, ଶିଧିଲାଲ ମୁମୁଁ, ହାମରାୟ ମାଣ୍ଡି, ଅନନ୍ତ ଚରଣ ମାଣ୍ଡି, ଭିରୁ ମୁର୍ମୁ, ଚନ୍ଦ୍ରମୋହନ ମୁର୍ମୁ, ବାବୁଲୁ ମୁମୁଁ,ଚୈତନ୍ୟ ହେମ୍ରମ୍, ନୀର ମାଣ୍ଡି, ଦୁଃଖୁରାମ ସୋରେନ, ଜୟରାମ ହାଁସଦୀ, ଶୁକୁଲାଲ ହେମ୍ରମ୍ ,ବାହାଦୁର ହେମ୍ବ୍ରମ ପ୍ରମୁଖ ସାମିଲ ହୋଇ ନେତୃତ୍ୱ ନେଇଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡି ଅଟକି 49ନଂ ଜାତୀୟ ରାଜପଥ ଜାମ ହୋଇଥିବା ଖବରପାଇ ଝାରପୋଖରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହିତ ବୁଝାସୁଝା କରିବା ପରେ ରାସ୍ତାଜାମ ହଟିଥିଲା।