ଟ୍ରିପଲ ମର୍ଡ଼ରର ଆରେପୀକୁ ପୋଲିସର ଏନକାଉଣ୍ଟର
ମଧ୍ୟପ୍ରଦେଶ : ରତଲାମ ନଗର ଠାରେ ୨୫ ନଭେମ୍ବରକୁ ହୋଇଥିବା ହତ୍ୟାକାଣ୍ଡର ଆରୋପୀ ତଥା ୩ ଜଣ ଲୋକଙ୍କୁ ହତ୍ୟା କରିଥିବା କୁଖ୍ୟାତ ହତିଆରା ଦିଲିପ ଦେବଲକୁ ପୋଲିସ ଏନକାଉଣ୍ଟର କରିଛି । ଏହା ସହ ୫ ଜଣ ପୋଲିସ ଆହତ ମଧ୍ୟ ହୋଇଛନ୍ତି । । ଦିଲିପ ଦେବଲ ଟ୍ରିପଲ ମର୍ଡ଼ର କରିବା ପରେ ଫେରାର ହୋଇଯାଇଥିଲା । ପୋଲିସ ଏହି ହତ୍ୟା ଘଟଣାରେ ପ୍ରଥମେ ୫ ଜଣଙ୍କୁ ଗିରଫ କରିସାରିଥିଲା । କିନ୍ତୁ ଘଟଣାର ମାଷ୍ଟରମାଇଣ୍ଡ ଦିଲିପକୁ ପୋଲିସ ଧରିପାରୁ ନଥିଲା । ଗୁରୁବାର ମିଳିଥିବା ସୂଚନା ଅନୂଯାୟୀ ଦିଲିପକୁ ଧନାସୁତା ଅଞ୍ଚଳରେ ଦେଖାଯାଇଥିବାର ସୂଚନା ମିଳିଥିଲା । ସେ ଦୌଡ଼ୁଥିବା ବେଳେ ପୋଲିସ ତାକୁ ରହିବାକୁ କହିବା ପରେ ସେ ଅତର୍କିତ ଭାବରେ ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ତେଣୁ ପୋଲିସକୁ ମଧ୍ୟ ଗୁଳି ଚାଳନା କରିବାକୁ ପଡ଼ିଥିଲା । ଏହି ଗୁଳି ବିନିମୟରେ ଦିଲିପର ମୃତ୍ୟୁ ଘଟିଥିଲା । ୫ ଜଣ ପୋଲିସଙ୍କୁ ରତଲାମ ଡ଼ାକକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୫ ନଭେମ୍ବର ଦିନ ରତଲାମର ରାଜୀବ ନଗର ଠାରେ ଗୋବିନ୍ଦ ସୋଲାଙ୍କୀ ,ପତ୍ନୀ ଶାରଦା ଓ ଝିଅ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦିର୍ଘ ୧ ମାସରୁ ଉର୍ଦ୍ଧ ଛାନବିନ ପରେ ଏହ ହତ୍ୟାର ମାଷ୍ଟରମାଇଣ୍ଡ ଦିଲିପ ବୋଲି ପୋଲିସ ଜାଣିବାକୁ ପାଇଥିଲା ଓ ପୂର୍ବରୁ ସେ ୬ ଲୋକଙ୍କର ହତ୍ୟା କରିସାରିଥିବା ରେକଡ଼ରୁ ଜଣାପଡ଼ିଥିଲା । ଏହି ଏନକାଉଣ୍ଟର ପରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଟ୍ୱିଟ କରି ଜଣାଇଛନ୍ତି ।