ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ସମ୍ବିତ ପାତ୍ର, ରାହୁଲ ଗାନ୍ଧୀ ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି । ଓଡିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି । କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ । ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଛନ୍ତି ସମ୍ବିତ । ହାଥରସରେ ଅପରାଧ ହେଲା ରାହୁଲ ଗଲେ, ଏଠି କଂଗ୍ରେସ ଚୁପ୍ । ଏ ସିଲେକ୍ଟିଭ ଆପ୍ରୋଚ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର । କାହିଁକି ଅରୁଣଙ୍କ ସହ ଠିଆ ହୋଇଛନ୍ତି, କଂଗ୍ରେସ ବିଧାୟକ ଜବାବ ଦିଅନ୍ତୁ ।
ଅନ୍ୟପଟେ ପରୀ ପ୍ରସଙ୍ଗରେ କଂଗ୍ରେସରେ ଭିନ୍ନ ମତ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆମେ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ । ଏହାପରେ ନବୀନ ବାବୁ ଏସଆଇଟି ଗଠନ ହେବା କଥା କହିଲେ । ନରସିଂହ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା । ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ । ପିସିସି ସଭାପତି କହିଥିଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବାକୁ । ନରସିଂହ-ନିରଂଜନ କଥା ହେଲେ, ଆମକୁ ଓହରିଯିବାକୁ କହିଲେ । ଏସଆଇଟି ତଦନ୍ତରେ ମୁଁ ଖୁସି ନୁହେଁ ବୋଲି କହିଲେ ସୁର । ଓହରିଯିବାରେ କିଛି ମ୍ୟାନେଜ ହୋଇଛି କି ପ୍ରଶ୍ନରେ ମ୍ୟାନେଜ ହୋଇଛି ବୋଲି ତ ଓହରିଗଲୁ ବୋଲି ସୁର ରାଉତରାୟ କହିଛନ୍ତି ।