19.1 C
Bhubaneswar
Sunday, November 24, 2024
Homeଓଡିଶାଓଡିଶା ଜୀବିକା ମିଶନ ତରଫରୁ ପ୍ରଥମ ଥର ପାଇଁ ବ୍ୟାଙ୍କ ର ସୁବିଧା ପହଞ୍ଚି...

ଓଡିଶା ଜୀବିକା ମିଶନ ତରଫରୁ ପ୍ରଥମ ଥର ପାଇଁ ବ୍ୟାଙ୍କ ର ସୁବିଧା ପହଞ୍ଚି ଲା ମାଓ ପ୍ରବଣ ଉପାନ୍ତ ଗ୍ରାମରେ

ମାଲକାନାଗିରି : ସରକାରୀ ଯୋଜନା ର କାର୍ଯ୍ୟକାରିତା ଓ ଲୋକଙ୍କ ପାଖରେ ଏହାର ସଠିକ ରୂପରେଖ ପହଞ୍ଚାଇବା ପାଇଁ ଓଡିଶା ଜୀବିକା ମିଶନ ବିଭିନ୍ନ ଢଙ୍ଗରେ ସଚେତନତା ସୃଷ୍ଟି କରୁଥିବା ର ଦେଖିବାକୁ ମିଳିଛି । ତେବେ ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଓଡିଶା ଜିବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ କରାଯାଇଥିବା ପୋଷଣ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ଅଭିନବ ଉପାୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା। ଆଜି କାଲିମେଳା ବ୍ଲକ୍‌ର ନକ୍ସଲ ପ୍ରବଣ ଅଞ୍ଚଳ ବାଡ଼ିଗେଟା ପଂଚାୟତ ର ମାରିଗେଟା ଗ୍ରାମରେ ମାଲକାନଗିରି ଜିଲ୍ଲାପାଳ ଏବଂ କାଲିମେଳା BDO ଙ୍କ ନିର୍ଦ୍ଦେଶ ରେ କାଲିମେଳା ବ୍ଲକ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ MBK ଏବଂ CRPମାନେ ଗ୍ରାମ ଗ୍ରାମ ବୁଲି ମହିଳା SHG ଏବଂ ଗ୍ରାମବାସୀ ମାନଙ୍କୁ କିପରି ବ୍ୟାଙ୍କ ମାଧ୍ୟମ ରେ ଖାତା ଖିଲିବେ ଏବଂ ବୀମା କରିବାସହ ଋଣ ନେଇ ସ୍ୱାବଲମ୍ବୀ ହେବେ ବୋଲି ବାଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ମାଓ ପ୍ରବଣ ଆଦିବାସୀ ବହୁଳ ମାଡିଗେଟା ଗ୍ରାମରେ UGB ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା ନିଜ ରଚିତ ଗୀତ ମାଧ୍ୟମରେ ନିଜର ସୁମଧୁର କଣ୍ଠରେ ମହିଳାଙ୍କ ପାଇଁ ନିଜେ ରଚନା କରିଥିବା କଉତୁକିଆ ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking