34.1 C
Bhubaneswar
Friday, March 29, 2024
Homeଓଡିଶାପିପିଲିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପିପିଲିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପିପିଲି: ରାଜ୍ୟରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପିପିଲି ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି । ରାଜଧାନୀ ଠାରୁ ମାତ୍ର 19 କିମି ଦୂରତାରେ ଅବସ୍ଥିତ ଥିଲେ ମଧ୍ୟ ଏଠାରେ ସ୍ୱାସ୍ଥ୍ୟସେବା କେବଳ ନାମକୁ ମାତ୍ର ଚାଲିଛି । ଜଣେ ମାତ୍ର ଡାକ୍ତରରେ ଏଠି ଚାଲିଛି ରୋଗୀସେବା ଯାହାକୁ ନେଇ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସମାଜସେବୀ ପର୍ଯ୍ୟନ୍ତ ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି । ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ସକାଳ 8 ଟାରୁ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ 5 ଦଫା ଦାବୀନେଇ ଧାରଣାରେ ବସିଛନ୍ତି । 4 ଜଣ ସ୍ଥାୟୀ ଡାକ୍ତର ନିଯୁକ୍ତି, 24 ଘଣ୍ଟିଆ ନିରାମୟ ଔଷଧ ବିତରଣ ସେବା, ଖାଲି ପଡ଼ିଥିବା ପଦବୀ ପୂରଣ ସହିତ ରୋଗୀସେବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ପାଇଁ ପ୍ରମୁଖ ଦାବୀ ନେଇ ଧାରଣା ଦେଇଛନ୍ତି ଏବଂ ଯେ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଆସି ସମସ୍ୟାର ସମାଧାନ ପାଇଁ ଆଲୋଚନା କିମ୍ବା ପ୍ରତିଶୃତି ନ ଦେଇଛନ୍ତି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ଧାରଣାରତ ସଭ୍ୟ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking