ନୂଆଦିଲ୍ଲୀ: ଆଗକୁ ଅଛି ବିହାର ନିର୍ବାଚନ । ଏନେଇ ଆଜି ଏନଡିଏ ପକ୍ଷରୁ ସିଟ୍ ଭାଗବଣ୍ଟା ଘୋଷଣା କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ସିଟ୍ ଭାଗବଣ୍ଟା ନେଇ ଘୋଷଣା କରିଛନ୍ତି ନୀତିଶ କୁମାର । ଜେଡିୟୁ ୧୧୫ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା ହୋଇଛି । ସେହିଭଳି ବିହାରର ୧୨୧ଟି ଆସନରେ ବିଜେପି ପ୍ରାର୍ଥୀ ଦେବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝିଙ୍କ ଦଳକୁ ୭ଟି ଆସନ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପି ଓ ଜେଡିୟୁ ମିଳିତ ଭାବେ ସିଟ୍ ଶେୟାରିଂ ସମ୍ପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ବିଜେପି ଭାଗରେ ୧୨୧ ଓ ଜେଡିୟୁ ଭାଗରେ ୧୨୨ଟି ଆସନ ପଡ଼ିଛି। ନିଷ୍ପତ୍ତି ଅନୁଯାୟୀ, ଜେଡିୟୁ ତା ଭାଗରୁ ଜିତେନ ରାମ ମାଂଝିଙ୍କ ଏଚଏଏମକୁ ୭ଟି ଆସନ ଦେବ। ଏହାର ଅର୍ଥ ଦଳ ୧୧୫ଟି ଆସନରେ ନିଜର ନେତାମାନଙ୍କୁ ଟିକେଟ ଦେବ। ବିଜେପି ମଧ୍ୟ ତା’ ଭାଗରୁ ଏନଡିଏ ମେଣ୍ଟରେ ଥିବା ବିକାଶଶୀଳ ଇନସାନ ପାର୍ଟିକୁ କିଛି ଆସନ ଛାଡ଼ିବ ବୋଲି ନୀତୀଶ କୁମାର କହିଛନ୍ତି।