ମାଲକାନଗିରିରେ ଆଜିଠୁ ସେରୋ ସର୍ଭେ

ମାଲକାନଗିରି: ମାଲକାନଗିରି ସହରରେ ଆଜି ଠାରୁ ଆରମ୍ଭ କରି ଆସନ୍ତା 8 ତାରିଖ ପର୍ଯ୍ୟନ୍ତ କରାଯିବ ସେରୋ ସର୍ଭେ । ମାଲକାନଗିରି ପୌର ପରିଷଦର ମୋଟ 19 ଟି ୱାର୍ଡରେ ଏହି ସେରୋ ସର୍ଭେ କରାଯିବ ବୋଲି ଜିଲ୍ଲାପାଳ ମନିଷ ଅଗ୍ରୱାଲ ସୁଚନା ଦେଇଛନ୍ତି । ଏଥିପାଇଁ ICMR ଓ RMRC ର ଏକ ସ୍ବତନ୍ତ୍ର ସାଇନ୍ଟିଫିକ ଟିମ ଗତକାଲି ମାଲକାନଗିରି ପହଞ୍ଚି ସ୍ବାସ୍ଥ୍ୟ ବିଭାଗ ଓ ପୌର ପାଳିକାର କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରିବା ସହ ଆଜି ସହରର ୧୦ଟି ୱାର୍ଡର ୬ଟି ଅଙ୍ଗନୱାଡି କେନ୍ଦ୍ରରେ ଆରମ୍ଭ କରିଛନ୍ତି ଏହି ସର୍ଭେ । ତିନି ଦିନ ମଧ୍ୟରେ ମାଲକାନଗିରି ସହରର ମୋଟ 1500 ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ସେସବୁ ପରୀକ୍ଷା ନିମନ୍ତେ ଭୁବନେଶ୍ବର ପଠାଯିବ । ବର୍ତ୍ତମାନ ସୁଦ୍ଧା ମାଲକାନଗିରି ସହରର କେତେ ପ୍ରତିଶତ ଲୋକଙ୍କ ମଧ୍ୟରେ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି ପାଇଛି ତାହା ସର୍ଭେ ପରେ ଜଣା ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here