ଜଗତସିଂହପୁର :ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ତିତ୍ତୋଲକୁ ଭେଟି ଦେଲେ ସରକାର । ଜଗତସିଂହପୁରରୁ ତିର୍ତ୍ତୋଲରେ ଉଚ୍ଚ ସେତୁ ନିର୍ମାଣ ହେବ । ମହାନଦୀ ଉପରେ ଏହି ଉଚ୍ଚସେତୁ ହେବ । ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ସେତୁ ହେବ । ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ଦେଇଛନ୍ତି ସରକାର । ସେତୁରେ ୧୧୮.୫୬ କୋଟିର ବ୍ୟୟ ଅଟକଳ ହୋଇଥିବା ବେଳେ ସେତୁର ଦୈର୍ଘ୍ୟ ୮୮୮.୮୯ ମିଟର ରହିଛି । ୯ଟି ଗ୍ରାମର ପାଖାପାଖି ୫୦ହଜାର ଲୋକ ଏହି ସେତୁ ଯୋଗେ ଉପକୃତ ହେବେ । ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି ।ଏହି ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା । ସରକାର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଏହି ପଦକ୍ଷେପ ନେଇଛନ୍ତି । ଏହି ସେତୁ ନିର୍ମାଣ ଦ୍ୱାରା ଅଇନ୍ତ, ଗୋପାଳପୁର, କାନିମୂଳ, ବିଶନପୁର, କୃଷ୍ଟନଦପୁର , ପୋଷାଳ, ବିଜିପୁର, ସରଲପୁର, ତେନ୍ତୁଳିପଡ଼ା ଆଦି ଗାଁ ଲୋକେ ଉପକୃତ ହେବେ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ଘୋଷଣା ହୋଇପାରେ ତିତ୍ତୋଲ ଉପନିର୍ବାଚନ ତାରିଖ ।