19.1 C
Bhubaneswar
Friday, November 22, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ କେମିତି ରହିଛି କରୋନା ସ୍ଥିତି

ଭୁବନେଶ୍ୱରରେ କେମିତି ରହିଛି କରୋନା ସ୍ଥିତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ ରାଜଧାନୀରେ କରୋନା ସ୍ଥିତି ପିକରେ ନାହିଁ ବରଂ ଫ୍ଲାଟରେ ଅଛି । ପୂର୍ବରୁ ୪ରୁ ୫ଶହ ଆସୁଥିଲା ଏବେ ୨ରୁ ୩ଶହ ଭିତରେ ରହୁଛି । ଆଇସିଏମଆର କହୁଛି ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ । ସେହିପରି ବିଶ୍ୱରେ ମଧ୍ୟ ପିକ୍ ଓ ଫ୍ଲାଟ୍ ପରେ ସଂକ୍ରମଣ ତଳକୁ ଖସୁଛି । ରାଜଧାନୀରେ କେତେକ ଅମାନିଆ ଯୋଗୁଁ ସଂକ୍ରମଣ ବଢ଼ୁଛି । ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଆମର ଏନଫୋର୍ସମେଣ୍ଟ ବଢ଼ିଛି । ଏହାସହ ପୋଲିସ ସହ ବିଏମସି ଟିମ୍ ମିଳିତ ଭାବେ ଚଢ଼ାଉ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking