32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଯୁବନେତା, ସମାଜସେବୀଙ୍କ ଉଦ୍ୟମରେ ଦୋକାନ ବଜାର ସାନିଟାଇଜ

ଯୁବନେତା, ସମାଜସେବୀଙ୍କ ଉଦ୍ୟମରେ ଦୋକାନ ବଜାର ସାନିଟାଇଜ

ମୟୂରଭଞ୍ଜ: ମୋରଡ଼ା ଅଞ୍ଚଳରେ ଦିନକୁଦିନ କାୟାବିସ୍ତାର କରିବାରେ ଲାଗିଛି କରୋନା। ଗଡୁଛି ମୁଣ୍ଡ। ପ୍ରଭାବିତ ହେଉଛି ଜୀବନଜୀବିକା। ତେବେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇ କି ଧନୀ କି ଗରିବ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ସବୁ ସୁବିଧା ସୁଯୋଗରୁ ବଞ୍ଚିତ ମଧ୍ୟବିତ୍ତ ପରିବାରର ଲୋକମାନେ ନା କହି ପାରୁଛନ୍ତି ନା ସହି ପାରୁଛନ୍ତି। ତେବେ ସ୍ଥାନୀୟ ଯୁବନେତା ସମାଜସେବୀ ସୌରଭରଞ୍ଜନ ମହାନ୍ତିଙ୍କ ଉଦ୍ୟମ ସାଙ୍ଗକୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋରଡ଼ା ବଜାରରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସାନିଟାଇଜ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ସ୍ଥାନୀୟ ବଜାରର ହୋଲସେଲ ବ୍ୟବସାୟ ଚଳାଇଥିବା ଯୁବବ୍ୟବସାୟୀ ହେମନ୍ତ କୁମାର ଜେନା କିଛିଦିନ ହେବ ଥଣ୍ଡାଜ୍ବରରେ ଆକ୍ରାନ୍ତ ହୋଇ ଘରୋଇ ଚିକିତ୍ସାରେ ରହିଥିଲେ। ମାତ୍ର ପରେ ହଠାତ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ପକ୍ଷରୁ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଆରମ୍ଭ ହେବା ସହିତ ମୃତ୍ୟୁ ହୋଇଥିଲା। ଡାକ୍ତରଖାନା ସୂତ୍ରରୁ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିବା ବେଳେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇନଥିଲା। ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇବା ସହିତ କରୋନା ଜନିତ ବୋଲି ସନ୍ଦେହ ସୃଷ୍ଟି କରିଛି। ଅନ୍ୟପଟେ ଏହି ଘଟଣା ପରେ ଲଗାତାର ଭାବେ ପୋଜେଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏହାର ଆପାତତଃ ପ୍ରଭାବ ବିସ୍ତାରକୁ ରୋକିବାର ଉଦ୍ୟମ କରିଛନ୍ତି ଯୁବ ସମାଜସେବୀ ସୌରଭରଞ୍ଜନ ମହାନ୍ତି। ତେବେ ପ୍ରଥମେ ପରଲୋକଗତ ଯୁବବ୍ୟବସାୟୀ ହେମନ୍ତ କୁମାର ଜେନାଙ୍କ ସମ୍ମାନାର୍ଥେ ଦୋକାନ ବଜାର ବନ୍ଦ କରିଥିଲେ ସମସ୍ତ ବ୍ୟବସାୟୀ ପରେ ଆମରଆତ୍ମାର ସଦଗତି କାମନା କରି ତାରିଣୀମନ୍ଦିର ଛକରେ ନୀରବ ପ୍ରାର୍ଥନା କରିଥିଲେ। ଏହି ଘଟଣାପରେ ନିଜସ୍ଵ ବ୍ୟକ୍ତିଗତ ଉଦ୍ୟମରେ ସମସ୍ତ ଦୋକାନବଜାର ସାନିଟାଇଜ କରି ସଂକ୍ରମଣକୁ ପ୍ରତିହତ କରିବାକୁ ଚେଷ୍ଟାକରିଛନ୍ତି ଯୁବସମାଜସେବୀ ଶ୍ରୀ ମହାନ୍ତି। ଏଥିରେ ଦୀପ୍ତିରଞ୍ଜନ ମହାନ୍ତି, ତପନ ମହାନ୍ତି, ଜିତୁ ମହାନ୍ତି,ସୁଜିତ ପାତ୍ର, ସନ୍ତୋଷ ମହାନ୍ତ, ହରିପଦ ତରେଇ,ବାବୁଲୁ ଧଳ,ହରିଶ୍ଚନ୍ଦ୍ର ମୁଖି,ବୀରନାରାୟଣ ମୁଖି ପ୍ରମୁଖ ସହଯୋଗ କରିଥିବା ବେଳେ ଏହି ନିଃସ୍ୱାର୍ଥପର ଉଦ୍ୟମର ସମସ୍ତେ ପ୍ରଶଂସା କରିଛନ୍ତି। ଆଗକୁ ପ୍ରତି ସପ୍ତାହରେ ଦୋକାନ ବଜାର ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ ସାନିଟାଇଜ କରିବା ନେଇ ସୂଚନା ଦେଇଛନ୍ତି ଯୁବସମାଜସେବୀ ସୌରଭରଞ୍ଜନ ମହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking