17.1 C
Bhubaneswar
Saturday, January 11, 2025
Homeଓଡିଶା୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା

୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮,୦୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୮,୨୭୧ଟି ଆରଟିପିସିଆର ଏବଂ ୩୯,୬୫୭ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୪୭ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପୂର୍ବଦିନ ୪୮,୧୪୬ କରୋନା ନମୁନା ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ ୮,୪୦୭ଟି ଆରଟିପିସିଆର ଏବଂ ୩୯,୬୨୮ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୧୧ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ତା’ ପୂର୍ବ ଦିନ ରାଜ୍ୟରେ ୫୧,୮୨୪ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଆଣ୍ଟିଜେନରେ ୪୨,୩୬୬, ଆରଟିପିସିଆରରେ ୯,୩୫୨, ଟ୍ରୁନଟରେ ୧୦୬ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking