ରାଉରକେଲା: ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ମା’ ମଙ୍ଗଳା ଛକରେ ଜଣେ ଅସହାୟ ବୃଦ୍ଧାଙ୍କୁ ଦେଖିବାକୁ ମିଳିଥିଲା । ବୃଦ୍ଧା ଜଣଙ୍କ ଅତି ବିପଦଜ୍ଜନକ ଭାବରେ ଗୋଲେଇଛକର ଗୋଟିଏ କୋଣରେ ବସି ରହିଥିବା ଦେଖି ସ୍ଥାନୀୟ ଲୋକ ବୃଦ୍ଧାର ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ, ମାତ୍ର ବୃଦ୍ଧା ଜଣଙ୍କ ତାଙ୍କର ସଠିକ ପରିଚୟ କହି ପାରୁ ନଥିବା ପ୍ରକାଶ । ବୃଦ୍ଧା ଜଣଙ୍କ ଜରିରେ ନିଜର ପୋଷାକପତ୍ର ସାଙ୍ଗରେ ଧରି ବସି ରହିଥିଲେ । ବୃଦ୍ଧା ଜଣଙ୍କ ସ୍ଥାନୀୟ ଅଂଚଳର ହୋଇ ନଥିବା ବେଳେ, ସେ କେଉଁଠାରୁ ଫର୍ଟିଲାଇଜରକୁ ଆସିଲେ ତାହା ନିର୍ଦ୍ଧିଷ୍ଟ ଭାବେ ଜଣା ପଡିନାହିଁ । ଅଂଚଳର କିଛି ସ୍ୱେଚ୍ଛାସେବୀ ବୃଦ୍ଧା ଜଣଙ୍କୁ ଛକ କଡ଼ରୁ ଆଣି ନିରାପଦ ଜାଗାକୁ ସ୍ଥାନାନ୍ତରଣ କରିଥିଲେ ।