19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ସେପ୍ଟେମ୍ବର ୧୨ ତାରିଖରୁ ଓଡିଶାରୁ ଚଳାଚଳ କରିବ ତିନି ଯୋଡା ସ୍ପେଶାଲ୍ ଟ୍ରେନ୍
– ପୁରୀରୁ ଅହମ୍ମଦବାଦ, ପୁରୀରୁ ଗାନ୍ଧିଧାମ ଏବଂ ପୁରୀରୁ ଓଖାକୁ ରେଳସେବା ଆରମ୍ଭ ହେବ
– ଏହି ସୁବିଧା ଓଡିଆଙ୍କୁ କର୍ମକ୍ଷେତ୍ରକୁ ପୁଣି ଥରେ ଫେରିବାରେ ସାହାଯ୍ୟ କରିବ
-ପ୍ରବାସୀ ଓଡିଆଙ୍କ କାମ ପାଇଁ ଯାତାୟତ ହେବ ସହଜ
ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ
ଗୋଏଲଙ୍କୁ ଚିଠି ଲେଖି ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଟ୍ରେନ୍ ଚଳାଚଳ କରିବା ପାଇଁ
ଅନୁରୋଧ କରିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାରୁ ଅହମ୍ମଦବାଦ ଏବଂ ସୁରତ ସମେତ ୩ଟି
ସ୍ଥାନକୁ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷଣା କରାଯାଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି
ଜଣାଇଛନ୍ତି ।
ଓଡିଶାର ଆବଶ୍ୟକତାକୁ ପ୍ରାଥମିକତା ଦେଉଥିବାରୁ ଏବଂ ପ୍ରବାସୀ ଓଡିଆଙ୍କ ପାଇଁ ଓଡିଶାରୁ ଅନ୍ୟ
ରାଜ୍ୟକୁ ଟ୍ରେନ୍ ଚଳାଚଳ ପାଇଁ ଅନୁରୋଧକୁ ରଖିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ
କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେପ୍ଟେମ୍ବର ୧୨ ତାରିଖରୁ ଓଡିଶାରୁ ତିନି ଯୋଡା ସ୍ପେଶାଲ ଟ୍ରେନ୍
ପୁରୀରୁ ଅହମ୍ମଦବାଦ, ପୁରୀରୁ ଗାନ୍ଧିଧାମ ଏବଂ ପୁରୀରୁ ଓଖାକୁ ରେଳସେବା ଆରମ୍ଭ ହେବ ବୋଲି
ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ସୁବିଧା ବିଭିନ୍ନ ରାଜ୍ୟରେ କାମ କରୁଥିବା
ଓଡିଆଙ୍କୁ କର୍ମକ୍ଷେତ୍ରକୁ ପୁଣି ଥରେ ଫେରିବାରେ ସାହାଯ୍ୟ କରିବ ଏବଂ ନିରାପଦରେ ସେମାନେ ଯାତ୍ରା
କରିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଚିଠି
ଲେଖି ଦେଶର ଅର୍ଥନୀତିର ପୁନଃରୁଦ୍ଧାର ଏବଂ ପ୍ରବାସୀଙ୍କ ତୁରନ୍ତ ଜୀବନଜୀବିକାକୁ ଦୃଷ୍ଟିରେ ରଖି
ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣି ଥରେ ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’
ଚାଲୁ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଗଞ୍ଜାମ ଜିଲ୍ଲାରେ ବାସକରୁଥିବା ଅନେକ ପ୍ରବାସୀ ଓଡିଆମାନେ ଗୁଜୁରାଟ ଏବଂ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା
ପାଇଁ ତାଙ୍କୁ ଅନୁରୋଧ କରିଥିଲେ ।
ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ
ଅସୁବିଧା ହେଉଥିବା ସେମାନେ ଦର୍ଶାଇଥିଲେ । ସାରା ଦେଶରେ ଲକ୍ ଡାଉନକୁ ପ୍ରତ୍ୟାହାର
କରାଯାଉଥିବା ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ
ହେବାର ଆବଶ୍ୟକତା ରହିଛି । ବର୍ତମାନ ମୌସୁମି ପରିସ୍ଥିତିରେ ସଡକ ପଥ ମାଧ୍ୟମରେ ଦୂର ବାଟ
ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking