ବଲାଙ୍ଗିର: ଅଇଁଲାସାରୀ ହିଂସା ଘଟଣାରେ ପିଡିତ ପରିବାର ବର୍ଗ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଆନ୍ଦୋଳନକାରୀ ମାନେ, ହିଂସା ଘଟଣାରେ ସେମାନଙ୍କୁ ଆଜି ଯାଏଁ ନ୍ୟାୟ ମିଳି ନଥୀବା ବେଳେ ଏପଯ୍ୟର୍ନ୍ତ ଆବଶ୍ୟକ ଅନୁସାରେ ରିଲିଫ ମଧ୍ୟ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି । ଆହୁରି, ଦଳିତ ପଡାବାସୀ ହିଂସା ଅଭିଯୋଗରେ ୪୬ ଜଣଙ୍କ ବିରୁଦ୍ଧରେ ଲିଖିତ ଅଭୀଯୋଗ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ପୋଲିସ ଗିରଫ କରଛି । ମୁଖ୍ୟ ଅଭିଯୁକ୍ତ ଙ୍କ ସଂଗେ ଆହୁରି ୩୭ ଜଣ ବିନା ରୋକ ଟୋକ ରେ ଖୋଲା ବୁଲୁଛନ୍ତି । ଯାହା ଦଳିତ ପଡାବାସୀଙ୍କ ସୁରକ୍ଷା ପାଇଁ ଚିନ୍ତାର ବିଷୟ । ଅନ୍ୟପଟେ ଅକାରଣେ ୯ଜଣ ଦଳୀତ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ବୋଲି ଦଳିତ ସମାଜ ଅଭିଯୋଗ କରିଛି । ତେବେ ଏଭଳି ଅବସ୍ଥାରେ ଦଳିତମାନେ ତାଙ୍କର ହକ ତଥା ସଂଫୁଣ୍ଣ ଘଟଣାବଳୀ ଜନ ସମ୍ମୁଖ କୁ ଆଣିବା ପାଇଁ ଆଜି ଆସୁଥିବା ବେଳେ ପୋଲିସ ସେମାନଙ୍କୁ ବେଆଇନ ଭାବେ ରୋକିବାର ପ୍ରୟାସ କରିଥିଲା । ନ୍ୟାୟ ଦେବା ପରିବର୍ତ୍ତେ ଯଦି ପୋଲିସ ପ୍ରଶାସନ ଦଳିତମାନଙ୍କ ସ୍ୱରକୁ ଚାପି ଦେବା ଉଦ୍ୟମ କରିବ ତେବେ ଦଳିତମାନେ କିପରି ବଞ୍ଚିବେ । ତେବେ ନ୍ୟାୟ ନମିଳିବା ଯାଏଁ ପିଡିତମାନେ ଶାନ୍ତି ର ଧାରଣା ରେ ଅଟଳ ରହିବେ ବୋଲି ସମାଜ ପକ୍ଷରୁ କୁହାଯାଇଛି । ଆଜି ଦ୍ୱୀତିୟ ଦିନରେ ଧାରଣା ଜାରି ରହିଛି ।