ନୂଆଦିଲ୍ଲୀ :ପୂର୍ବ ଲଦାଖରେ ଚୀନ୍ ସେନା ଗୁଳିମାଡ଼ ନେଇ ଭାରତୀୟ ସେନା ବୟାନ ରଖିଛି ।ଆମ ପକ୍ଷରୁ ପ୍ରଥମେ ଗୁଳି ମାଡ଼ ହୋଇ ନଥିଲା ବୋଲି ଭାରତୀୟ ସେନା କହିଛି ।ସୀମାରେ ଚୀନ୍ ର ପିଏଲଏ ଟ୍ରୁପସ୍ ଗୁଳି ମାଡ଼ କରିଛି ବୋଲି ଭାରତୀୟ ସେନା କହିଛି ।ଚୀନ ସେନାକୁ ଭୟଭୀତ କରିବା ପାଇଁ ଆମେ ମଧ୍ୟ ତତକ୍ଷଣାତ ସଜାଗ ଥିଲୁ । ଚୀନ ବାରମ୍ବାର ସୁରକ୍ଷା ସଂପର୍କିତ ଚୁକ୍ତି ଉଲ୍ଲଘଂନ କରି ଆସୁଛି । ସେପ୍ଟେମ୍ବର ୭ରେ ଚୀନ୍ ସେନା ଭାରତ ଗୋଷ୍ଠୀ ମୁହାଁ ହୋଇଥିଲେ ।ଆମେ ରୋକିବାରୁ ଚୀନ ସେନା ଏକାଧିକ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲେ ।ଆମ ସେନା କୌଣସି ଗୁଳି ମାଡ଼ କରି ନାହାନ୍ତି, ସଂଯମତା ରକ୍ଷା କରିଛନ୍ତି ।ତେବେ ଏଲଏସିରେ କୌଣସି ଉତ୍ତେଜନାପୂର୍ଣ୍ଣ ସ୍ଥିତି ନ ଥିବା ସ୍ପଷ୍ଟ କଲା ସେନା । ସୀମାରେ ଶାନ୍ତି ବଜାୟ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଭାରତୀୟ ସେନା ତରଫରୁ କୁହାଯାଇଛି ।ଏଲଏସିରେ ଶାନ୍ତି ଫେରୁ, କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେଉ ।
ଗତ ପ୍ରାୟ ୩ ମାସ ଧରି ମୁହାଁମୁହିଁ ଅବସ୍ଥାରେ ରହିବା ପରେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି)ରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଛି । ତେବେ ଏହି ଗୁଳିକାଣ୍ଡ ଘଟଣାରେ ଉଭୟ ପକ୍ଷର କେତେ ସୈନିକ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ବିସ୍ତୃତ ସୂଚନା ମିଳି ପାରି ନାହିଁ । ଗୁଳି ବିନିମୟ ଘଟଣା ପାଇଁ ଭାରତ ପକ୍ଷରୁ ଚୀନ୍କୁ ଦାୟି କରାଯାଉଥିବା ବେଳେ ଚୀନ୍ କର୍ତ୍ତୃପକ୍ଷ ଭିନ୍ନ ଯୁକ୍ତି ବାଢ଼ିଛନ୍ତି । ଭାରତୀୟ ସୈନିକମାନେ ଏଲ୍ଏସି ଅତିକ୍ରମ କରି ଚୀନ୍ ସୈନିକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି ବୋଲି ଚୀନ୍ କର୍ତ୍ତୃପକ୍ଷ ଅଭିଯୋଗ ଆଣିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଦୀର୍ଘ ୪୫ ବର୍ଷ ପରେ ଏଲ୍ଏସିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ଗୁଳି ବିନିମୟ ଘଟିଛି ।