ଖଣ୍ଡପଡ଼ା: ଖଣ୍ଡପଡ଼ା ଅଞ୍ଚଳ ଭାପୁର ବ୍ଲକ ଅନ୍ତର୍ଗତ କରବର ପଞ୍ଚାୟତ ମାଣିତ୍ରୀ,ଫତେଗଡ ପଞ୍ଚାୟତର ମଣିପୁର ଗ୍ରାମରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଲୋକମାନଙ୍କ ଫସଲ ସବୁ ଉଜୁଡି ଯାଇଛି । କୌଣସି ପ୍ରଶାସନିକ ଅଧିକାରୀ ମାନେ ବର୍ତ୍ତମାନ ପରିସ୍ଥିତି ସମୟରେ ବିପନ୍ନଙ୍କ ପାଖରେ ପହଞ୍ଚି ନାହାଁନ୍ତି ବିଧାୟକ ଙ୍କ ଦେଖା ଦର୍ଶନ ନାହିଁ। ଲୋକମାନଙ୍କୁ କଉଣସି ସୁବିଧା ଯୋଗାଇ ଦିଆଯାଇନାହିଁ ।
ଫଳରେ ଲୋକମାନେ ଅତ୍ୟନ୍ତ ଦୁଃଖ କଷ୍ଟରେ କାଟୁଛନ୍ତି। ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ଲୋକମାନଙ୍କ ଗମନାଗମନ ସୁବିଧା ଲାଗି SRC ତରଫରୁ ବୋଟ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଡଙ୍ଗାରେ ଲାଇଫ ଜାକେଟ ମାତ୍ର ୬ଟା ରଖାଯାଇଛି ଯୋଗାଇ ଦିଆଯାଇଥିବା ବୋଟ୍ ଟି କଣା ହୋଇଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି ଫଳରେ ସେହି ବୋଟ୍ ରେ ଲୋକମାନେ ଯିବାକୁ ଭୟ କରୁଛନ୍ତି ପ୍ରତ୍ୟେକ ଥର ବନ୍ୟା ପରିସ୍ଥିତି ସମୟରେ ମଣିପୁର ଗ୍ରାମକୁ SRC ତରଫରୁ ବଡ଼ ବୋଟ୍ ଦିଆଯାଉଥିବା ସମୟରେ ଏହି ବର୍ଷ ଛୋଟ ବୋଟ୍ ଦିଆଯାଇଛି ସେଇଟା ମଧ୍ୟ କଣା ଏହି କଥା ବୋଟ୍ ଚଳାଇବା ଦାୟିତ୍ବ ରେ ଥିବା ଚାଳକ କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି।