20.1 C
Bhubaneswar
Tuesday, November 26, 2024
Homeଓଡିଶାସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ କରୋନା ରୋଗୀ ମୃତ : ଡାକ୍ତରଖାନାରେ ୯ଘଣ୍ଟା ପଡ଼ିଲା ମୃତଦେହ

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ କରୋନା ରୋଗୀ ମୃତ : ଡାକ୍ତରଖାନାରେ ୯ଘଣ୍ଟା ପଡ଼ିଲା ମୃତଦେହ

 
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଣେ ବିବାହିତ ମହିଳା(୩୫) । ତାଙ୍କ ଘର ଜିଲ୍ଲାର ଡ଼ୁଙ୍ଗୁରିପାଲି ବ୍ଲକ୍‌ର ଶୁଖା ଗ୍ରାମରେ । ତେବେ କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଡ଼ୁଙ୍ଗୁରିପଲି ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
ସୂଚନା ଅନୁଯାୟୀ, ମୃତଦେହ ଦୀର୍ଘ ୯ଘଣ୍ଟା ଧରି ଡ଼ୁଙ୍ଗୁରିପାଲି ଚିକିତ୍ସାଳୟରେ ପଡ଼ିରହିଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୌଣସି ଜିଲ୍ଲାସ୍ତରୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ମୃତ ମହିଳାଙ୍କ ଥଣ୍ଡା, ଜ୍ୱର ଭଲ ନହେବାରୁ ପରିବାର ଲୋକମାନେ ତାଙ୍କ ଡ଼ୁଙ୍ଗୁରିପାଲି ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କୁ ଆଣିଥିବା ପରିବାର ବର୍ଗଙ୍କ ମଧ୍ୟରେ କରୋନା ଲକ୍ଷଣ ଥିବା ଚିକିତ୍ସାଳୟ କର୍ମଚାରୀ ସନ୍ଦେହ କରିବାରୁ ସ୍ୱାସ୍ଥ ବିଭାଗ ପକ୍ଷରୁ ସେମାନଙ୍କୁ ରାପିଡ୍ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ତେବେ ଉକ୍ତ ପରୀକ୍ଷାରୁ ମୃତ ମହିଳାଙ୍କ ପରିବାରର ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ପୂର୍ବରୁ ଶୁଖା ଗ୍ରାମର ୨ଜଣ ମହିଳାଙ୍କ ପୂର୍ବରୁ ନିଆଯାଇଥିôା ସ୍ୱାବ୍ ନମୁନା ନିଆଯାଇଥିଲା । ଯାହାକି ରିପୋର୍ଟ ପଜିଟିଭ୍ ଆସିଥିଲା । ଉକ୍ତ ୨ଜଣ ମହିଳାଙ୍କ ମଧ୍ୟରେ ମୃତକଙ୍କ ମଧ୍ୟ ସ୍ୱାବ ଟେଷ୍ଟ ପାଇଁ ନିଆଯାଇଥିଲା । ତେବେ ୨ଟି ଯାକ ରିପୋର୍ଟ ପଜିଟିଭ ଥିବାରୁ ମୃତ ମହିଳା ମଧ୍ୟ କରୋନା ପଜିଟିଭରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ।
ତେବେ ଏହି କ୍ଷେତ୍ରରେ କୋଭିଡ୍ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରାଯାଇଛି । ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ କରୋନାରେ ଆକ୍ରାନ୍ତ କୌଣସି ବ୍ୟକ୍ତି ବା ମହିଳାଙ୍କ ମୃତ୍ୟୁ ହୁଏ ତେବେ ପ୍ରଶାସନ ଆକ୍ରାନ୍ତଙ୍କ ମୃତ ଦେହ ଶବ ସତ୍କାର କରିବ । ହେଲେ ଡ଼ୁଙ୍ଗୁରିପାଲି ଚିକିତ୍ସାଳୟରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ହେଁ ଚିକିତ୍ସାଳୟରେ ଦୀର୍ଘ ୯ ଘଣ୍ଟା ଧରି ମୃତ ଦେହ ପଡ଼ିରହିଥିଲେ ହେଁ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲେ । ତେବେ ରାମପୁର ତହସିଲଦାର, ଡ଼ୁଙ୍ଗୁରିପାଲି ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ମୃତଦେହ ଉଠାଯାଇନଥିଲା । ତେବେ ଡ଼ୁଙ୍ଗୁରିପାଲି ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ପ୍ରତିମା ପଣ୍ଡାଙ୍କୁ ପଚରାଯିବାରେ କହିଛନ୍ତି ଯେ, ମୃତକ ମହିଳାଙ୍କୁ ସିଲ କରି ଦଆଯାଇଛି । ଚିକିତ୍ସାଳୟକୁ ସାନିଟାଇଜ କରାଯାଇଛି । ତେବେ ମୃତଦେହ ସତ୍କାର କରିବା ପ୍ରଶାସନର ଦାୟିତ୍ୱ ବୋଲି କହିବା ସହିତ ଆମ୍ବୁଲାନ୍ସ ଓ ଘରୋଇ ଭ୍ୟାନର ଡ୍ରାଇଭରମାନେ ମୃତଦେହକୁ ନେବାକୁ ରାଜି ହେଉନାହାନ୍ତି । ତେବେ ଏ ସମ୍ପର୍କରେ ରାମପୁର ତହସିଲଦାର ଯୁଗଳ କିଶୋର ବିଶ୍ୱାଳ କହିଛନ୍ତି ଯେ, ବିଳମ୍ବ ହେଲେ ମଧ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ମୃତକଙ୍କ ଶବ ସତ୍କାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking