ଭୁବନେଶ୍ଵର: ରାଜଧାନୀରେ ପ୍ରତିଦିନ ବଢ଼ିଚାଲିଛି ସଂକ୍ରମଣ ସଂଖ୍ୟା। ତେବେ ଆଜି ପୁଣି ରାଜଧାନୀରୁ ଆଉ ୧୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୯କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୯ ଜଣ ସ୍ଥାନୀୟ ମାମଲା ବୋଲି ଜଣା ପଡିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସୁଚନୀ ଦିଆଯାଇଛି। ଏବେ ରାଜଧାନୀ ଭୁବନେଶ୍ଵରରେ ୨୯୭୯ ଜଣ ମୋଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ୧୬୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୧୨୬୮ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।
ଏଥିସହ ଆଜି ପାଇଁ ଆଶ୍ଵସ୍ତିକର୍ ଖବର ଏହା ଯେ, ଆଜି ମଧ୍ୟ ୧୨୫ ଜଣ ସୁସ୍ଥ ହୋଇଛନ୍ତି।
ଆଜି ଏକ ଘରୋଇ ହସ୍ପିଟାଲ ରୁ ୭ଟି କେସ ଚିହ୍ନଟ ହୋଇଛି। ପଳାଶ ପଲ୍ଲୀ ରୁ୫ ଜଣ, ଜାଗମରା ରୁ ୪ ଜଣ, ୟୁନିଟ୍ ୮ ଅଂଚଳର ୩ ଜଣ ସହ ୩ ପୋଲିସ କୋଭିଡ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଛନ୍ତି।