29.1 C
Bhubaneswar
Wednesday, April 24, 2024
Homeରାଜନୀତିକରୋନା ପ୍ରଶାସନିକ କଟକଣା  ଏକ ଧୂଆଁବାଣ : କଂଗ୍ରେସ

କରୋନା ପ୍ରଶାସନିକ କଟକଣା  ଏକ ଧୂଆଁବାଣ : କଂଗ୍ରେସ

ଭୁବନେଶ୍ୱର–ବିଜେଡ଼ି ନେତା ହେଉଛନ୍ତି ସୁପର ସ୍ପ୍ରେଡର। ଉଦାହରଣ ଦେଇ ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଦେବାଶିଷ ପଟ୍ଟନାୟକ ଅଭିଯୋଗ କରି  କରୋନା ପ୍ରଶାସନିକ କଟକଣା ଏକ ଧୂଆଁବାଣ ବୋଲି କହିଛନ୍ତି।
    ଗତ ଜୁଲାଇ ମାସ ୨୫ ତାରିଖ,୨୯ ତାରିଖ ଓ ୩୧ ତାରିଖ ଦିନ ବାଙ୍କିରେ ତିନୋଟି ପେଟ୍ରୋଲ ପମ୍ପ ଉଦଘାଟନ ହୋଇଥିଲା।ଗୋଟିଏ ଏଚପିସିଏଲ ଥିବାବେଳେ ଅନ୍ୟ ଦୁଇଟି ବିପିସିଏଲ କମ୍ପାନୀର ଥିଲା।ଶତାଧିକ ଲୋକଙ୍କୁ ନେଇ ଏହାକୁ ଉଦଘାଟନ କରିଥିଲେ ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ।ତା ପୂର୍ବରୁ ବିଜେଡି ଦଳୀୟ କାର୍ଯ୍ୟାଳୟରେ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ କୋଭିଡ ନିୟମ କାନୁନ କୁ ଉଲଂଘନ କରି ରକ୍ତଦାନ ଶିବିର ଏବଂ ଜନ୍ମଦିନ ପାଳନ କରାଯାଇଥିଲା।କରନା କଟକଣା ଭିତରେ ଯେତେବେଳେ ରାଜ୍ୟ ସରକାର ତୁହାକୁ ତୁହା  ସଟଡାଉନ ଏବଂ ଲକଡାଉନ  କରୁଛନ୍ତି,ସେହି ସମୟରେ ବାଙ୍କି ନିର୍ବାଚନ ମଣ୍ଡଳୀର ସରକାରୀ ଦଳର ବିଧାୟକ ଏବଂ ପୂର୍ବତନ ବିଧାୟକ ସରକାରୀ ନିୟମକୁ ବାରମ୍ବାର ଉଲଂଘନ କରୁଛନ୍ତି। ତଳିଆ ଅଫିସରଙ୍କ ସମେତ ବାଙ୍କିର ପ୍ରଶାସନ,ପୋଲିସ ଏବଂ ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି ନିରବ ଦ୍ରଷ୍ଟା ସାଜି ତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପଟ୍ଟନାୟକ।ଯଦି ଜଣେ ସାଧାରଣ ବ୍ୟକ୍ତି ଜରୁରୀ କାର୍ଯ୍ୟରେ ବାହାରକୁ ଯିବାବେଳେ ପୋଲିସ ଫାଇନ କରୁଛି ମାତ୍ର ବିଜେଡିର ବିଧାୟକ ଏବଂ ପୂର୍ବତନ ବିଧାୟକ ପ୍ରଶାସନ ବିନା ଅନୁମତିରେ ବାଙ୍କୀକୁ କିଭଳି ଆସି ପ୍ରଶାସନିକ ନିର୍ଦ୍ଧେଶ ଏବଂ ଆଇନକୁ ଭାଙ୍ଗୁଛନ୍ତି ତାହାର ନଗ୍ନ ଚିତ୍ର ଜୁଲାଇ ୩୧ ତାରିଖ ସମସ୍ତ ଛପା ଓ ବୈଦୁତିକ ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ବିଭିନ୍ନ ଗଣମାଧ୍ୟମର ଅବଲମ୍ବନ କଲେ ଜଣାଯାଉଛି କି ନବୀନ ବାବୁଙ୍କ ନିର୍ଦେଶ ଏବଂ ପ୍ରଶାସନର ଆଦେଶକୁ ସମସ୍ତ ଜନସାଧାରଣ ମାନୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ଲୋକ ମାନେ ମାନୁନାହାନ୍ତି ଏହା ଦୁଃଖ ଓ ପରିତାପର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।ଯାହାର ଜ୍ବଳନ୍ତ ଉଦାହରଣ  ପ୍ରଭାତ ତ୍ରିପାଠୀ।ବୋଧହୁଏ ନବୀନ ବାବୁଙ୍କ ପାଖକୁ ଏହି କ୍ଷମତାନ୍ଧ ବ୍ୟକ୍ତି ମାନଙ୍କ ଏହି ରିପୋର୍ଟ ଯାଉନାହିଁ।ତେଣୁ ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ଭାବରେ କରୋନା ହୁ ହୁ ହୋଇ ବଢୁଛି ସେଥିପାଇଁ ବିଜେଡିର ପ୍ରଭାତ ତ୍ରିପାଠୀଙ୍କ ଭଲି ବ୍ୟକ୍ତିତ୍ୱ ହିଁ ଦାୟୀ।ଏ ନେଇ ଥାନାରେ ଏତେଲା ଦେଲେ ବି କେହି ରଖୁନାହାନ୍ତି।ଯେତେବେଳେ ଗଣମାଧ୍ୟମରେ  ଏହା  ପ୍ରକାଶ ହେଲା ,ସେବେଠାରୁ ଉପରିସ୍ଥ ଅଧିକାରୀ ଙ୍କ ଚାପରେ ପୋଲିସ, ଉପଜିଲ୍ଲାପାଳ ଓ ତହସିଲଦାର ବାରମ୍ବାର ବୈଠକ କରିବା ସତ୍ତ୍ୱେ ଏଫ ଆଇ ଆର (FIR) ହୋଇପାରିଲା ନାହିଁ କି ୫ ଟି (5T) ର ଟ୍ରାନ୍ସପରେନ୍ସି କୁ ବାଙ୍କି ପ୍ରଶାସନ ଲୋକାଭିହିମୁଖୀ କରିପାରିଲା ନାହିଁ ଏବଂ ବିଜେଡି ର ଦଳୀୟ କର୍ମକାର୍ତ୍ତାଙ୍କୁ ଲାଇସେନ୍ସ ଦେଲା ,ଯାହା କରିବାର ଅଛି କର,ତମ ମାନଙ୍କ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ କରିବୁ ନାହିଁ।
     ମୋର ସାଥୀ ବିଜେଡ଼ି ନେତାଏ କହୁଛନ୍ତି, ଗଂଜାମରେ ଘରେ ଘରେ ଟେଷ୍ଟ ହେଲେ  ୫୦ ପ୍ରତିଶତ କରୋନା ରୋଗୀ ବାହାରିବେ।
ବର୍ତ୍ତମାନ ସରକାରଙ୍କ ନିୟନ୍ତ୍ରଣରେ ନାହିଁ କୋଭିଡ ନିୟନ୍ତ୍ରଣ।ଏବେ ବି ସମୟ ଅଛି କରୋନା ମୁକାବିଲା କରିବା ପାଇଁ ଠୋସ ପଦକ୍ଷେପ ନିଅନ୍ତୁ ସରକାର।
ଦୀପ ଘଣ୍ଟ ବାଡେଇଲେ କରୋନା  ନିୟନ୍ତ୍ରଣ ହେବନି।ଜଲଦି ବନ୍ଧ ବାନ୍ଧନ୍ତୁ, ନଚେତ ନେଡି ଗୂଡ଼ କହୁଣୀ ବୋହିବା ସଦୃଶ ହେବ।ବର୍ତ୍ତମାନ କରୋନା ଏଭଳି ସ୍ଥିତିରେ ଆମେ ହାତ ଟେକି ଦେଇଛୁ ଜଗନ୍ନାଥଙ୍କ ଉପରେ।
     ଏହି ଅବସରରେ ଶ୍ରୀ ପଟ୍ଟନାୟକ କରୋନା ଯୋଦ୍ଧା ଭାବେ
ବର୍ତ୍ତମାନ ସମୟରେ ଗରିବ ଲୋକଙ୍କ ଆଖି ନାକ କାନ ହେଉଛି ଗଣମାଧ୍ୟମ।
ସାମ୍ବାଦିକଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତ ଦେବାକୁ ଦାବି କରିବା ସହ. ସରକାରଙ୍କୁ କେତେଗୁଡିଏ ପ୍ରଶ୍ନ ଜରିଛନ୍ତି
୧.କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିରୋଧରେ ଯଦି କେସ ହେଇପାରୁଛି, ବିଜେପି ନେତାଙ୍କ ବିରୋଧରେ ହେଉଛି, ତାହେଲେ ବିଜେଡି ବିଧାୟକ ବିରୋଧରେ କାହିଁକି କେସ୍ ହେଲା ନାହିଁ ?ଏବଂ ବିଜେଡି ବିଧାୟକ କଣ ଆଇନରୁ ଉର୍ଦ୍ଧ୍ଵରେ କି ? ସରକାରୀ ଦଳର ବିଧାୟକ ଏବଂ ପୂର୍ବତନ ବିଧାୟକ କଟକଣା ଭାଙ୍ଗୁଛନ୍ତି,ତାଙ୍କ ପାଇଁ କିଛି ଅଲଗା ନିୟମ ଅଛି କି ?
୨.କୋଭିଡ-୧୯ ରେ  କୋରେଣ୍ଟଇନ ରେ ରହି ଫେରିଥିବା ପ୍ରବାସୀ ମାନଙ୍କୁ ସରକାର ୨ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ, ଦେଇଛନ୍ତି କି ?
୩.ନିଯୁକ୍ତି ବନ୍ଦ କରି କେବଳ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ରି କଥା କହିଛନ୍ତି, କରୋନା ଯୁଧ୍ୟରେ ପ୍ରମୁଖ ଯୋଦ୍ଧା ସାଜିଥିବା ପୋଲିସ ବିଭାଗର ନିଯୁକ୍ତି ସମ୍ପର୍କରେ ଉତ୍ତର ରଖିବେ କି ?
୪. କରୋନା ର ପ୍ରଯ୍ୟାପ୍ତ ଔଷଧ ମହଜୁଦ ଥିବା କହିଛନ୍ତି ସରକାର,କରୋନାର  ମେଡ଼ିସିନ ବାହାରିଛି କି ?
୫.ବିଶ୍ୱ ମହାମାରୀ ଏବେ କାହିଁକି ମନେ ପଡ଼ୁଛି, ପୂର୍ବରୁ ଜାଣି ନଥିଲେ କି ?
       ଏବଂ  ସରକାରଙ୍କ ଠୁଁ ଉତ୍ତର ପାଇବା ପାଇଁ  କଂଗ୍ରେସ ନେତା ଶ୍ରୀ ଦେବାଶିଷ ପଟ୍ଟନାୟକ ଆଶା ରଖିଛନ୍ତି।ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ,ବିଶ୍ୱ ରଞ୍ଜନ ଦାଶ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking