17.1 C
Bhubaneswar
Monday, November 25, 2024
HomeUncategorizedରାଜଧାନୀରୁ ଆଉ ୯୧ ପଜିଟିଭ , ସୁପର ସ୍ପ୍ରେଡର ଅଟାକଳ ! ଚିହ୍ନଟ ହେଲେ ୨୬

ରାଜଧାନୀରୁ ଆଉ ୯୧ ପଜିଟିଭ , ସୁପର ସ୍ପ୍ରେଡର ଅଟାକଳ ! ଚିହ୍ନଟ ହେଲେ ୨୬

ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ ଆଉ ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୧୯ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି ।  ଆଜିର ଆଉ ଏକ ଆଶ୍ୱସ୍ତିକର ଖବର ଏହା କି ଯେ , ଆଜି ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ପେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସୂଚନା ମିଳିଛି । ସଂକ୍ରମଣ ସଂଖ୍ୟା ବଢୁଥିବାରୁ ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲକଡାଉନ କରାଯାଇଛି । ତେବେ ସେହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା,କଟକ,ଯାଜପୁର,ଗଞ୍ଜାମ ଓ ରାଉରକେଲା ପୌରାଞ୍ଚଳ । ଏହି ଭିତରେ ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ରହୁଛି । ଭୁବନେଶ୍ୱରରେ ମଧ୍ୟ ଥମିବାର ନାଁ ନେଉନି ସଂକ୍ରମଣ । ଏବେ ରାଜଧାନୀରେ ମୋଟ ୧୩୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୨୪ ଜଣ ସୁସ୍ଥ ହୋଇଛନ୍ତି । ୧୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୬ଟି ଆକ୍ଟିଭ କେସ୍ ରହିଛି ।

କ୍ୱାରେଣ୍ଟାଇନ କେସ୍ ମଧ୍ୟରୁ ଆଜି ମଞ୍ଚେଶ୍ୱରରେ ଥିବା ଏକ ଅଟାକଳ ସୁପର ସ୍ପ୍ରେଡର ପାଲଟିଛି । ଏହାକୁ ନେଇ ଏବେ ଚିନ୍ତା ବଢିଛି । ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛି । ଆଇଆରସି ଭିଲେଜ ଗଣପତି ନଗର ବସ୍ତିରୁ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜମହଲ ଛକର ଏକ ନିର୍ମାଣ ସଂସ୍ଥାର ୯ଜଣ କର୍ମଚାରୀ , ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।
ସ୍ଥାନୀୟ କେସ୍ ମଧ୍ୟରୁ ଆଇଆରସି ଭିଲେଜ , ଚନ୍ଦ୍ରଶେଖରପୁର , କୋଳଥିଆ, ପାତ୍ରପନା , ପାଣ୍ଡରା, ଶୈଳଶ୍ରୀ ବିହାର , ଶହିଦ ନଗର , ଖାରବେଳ ନଗର , ବରମୁଣ୍ଡା , ପୋଖରୀପୁଟ ,ଲକ୍ଷ୍ମୀସାଗରରୁ ୨ଜଣ ଲେକାଏଁ, ଏକ ଘରୋଇ ଡ଼ାକ୍ତରଖାନାର ଜଣେ ୨୬ ବର୍ଷୀୟ ମହିଳା କର୍ମଚାରୀ ,ଏକ ଘରୋଇ ଡ଼ାକ୍ତରଖାନାର ଜଣେ ସିକ୍ୟୁରିଟି ଗାର୍ଡ଼ , ଡୁମୁଡୁମା ଅଞ୍ଚଳରୁ ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇ ୫୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking