30.1 C
Bhubaneswar
Wednesday, April 24, 2024
Homeଓଡିଶାକେନ୍ଦୁଝର: ଅର୍ଥାଭାବରୁ କେହି ଛାଡିବେ ନାହିଁ ପାଠ

କେନ୍ଦୁଝର: ଅର୍ଥାଭାବରୁ କେହି ଛାଡିବେ ନାହିଁ ପାଠ

 କେନ୍ଦୁଝର : ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ ଓ ୟୁନିଫର୍ମ । ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବ୍ୟୟ କରିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଆଯାଇଥିବା କେନ୍ଦୁଝର ଜିଲ୍ଲାପାଳ କହିଛନ୍ତି ।ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଇଛନ୍ତି ଯୁଗାନ୍ତକାରୀ ପଦକ୍ଷେପ । ଦେଶ ତଥା ରାଜ୍ୟରେ ନୂତନ ଯୋଜନାର ଶୁଭାରମ୍ଭ ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ । ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପଢ଼ୁଥିବା ସମସ୍ତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଓ ୟୁନିଫର୍ମ ଯୋଗାଇ ଦିଆଯିବ । ଜିଲ୍ଲା ଖଣିଜ ପାଣ୍ଠିରୁ ଏଥି ନିମନ୍ତେ ସମସ୍ତ ଅର୍ଥ ବ୍ୟୟ କରିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୨୨ କୋଟି ଟଙ୍କା ବ୍ୟୟବରାଦ କରାଯିବାକୁ ଥିବାବେଳେ ଜିଲ୍ଲାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଏଥିରୁ ଉପକୃତ ହେବେ । ଜିଲ୍ଲାର କୌଣସି ଗରିବ ଛାତ୍ର ଛାତ୍ରୀ ଅର୍ଥ ଅଭାବରୁ ପାଠ ନ ଛାଡିବେ ଏହି ଯୋଜନାର ମୂଳଲକ୍ଷ୍ୟ । ଏଥିସହ ବିଦ୍ୟାଳୟ ଖୋଲିଲେ ଏହି ଯୋଜନାରେ ସମସ୍ତ ନବମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନରେ ସାମିଲ କରାଯିବ । ଏହା ବ୍ୟତୀତ ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନମ୍ବର ଆଧାରରେ ଦଶ ହଜାରରୁ ଚାଳିଶ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତି ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଜିଲ୍ଲାପାଳ ଆଶିଷ ଠାକରେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଶିକ୍ଷା ବିଭାଗର ଅଧିକାରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
– ଅନିଲ ନନ୍ଦ ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking