ନୂଆଦିଲ୍ଲୀ: ଲଦାଖ ନିମୁ କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଛନ୍ତି । ସେନା ଯବାନଙ୍କୁ ପ୍ରଶଂସାରେ ଭରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ପ୍ରଂଶସାଯୋଗ୍ୟ । ଗଲଓାନ ଘାଟିରେ ସହିଦ ବୀର ଯବାନଙ୍କ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ । ଆପଣଙ୍କ ବୀରତା ପାଇଁ ଆଜି ପ୍ରତି ଭାରତୀୟଙ୍କ ଛାତି ଫୁଲି ଉଠୁଛି । ଆଜି ଏହି ମାଟି, ପାଣି, ପଥର ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ । ସାରା ଦୁନିଆ ଆଜି ଭାରତୀୟ ଯବାନଙ୍କ ପରାକ୍ରମ ଦେଖିଲା । ଲାଦାଖର ଏ ପୂରା ଅଂଚଳ ଭାରତର ମସ୍ତକ । ଏ ମାଟି ବୀରମାନଙ୍କ ପାଇଁ, ଏହାର ସୁରକ୍ଷା ଆମର ସଂଙ୍କଳ୍ପ । ଏ ମାଟିର ସୁରକ୍ଷା ନେଇ ଆପଣମାନଙ୍କ ସଂଙ୍କଳ୍ପ ମୁଁ ଦେଖିପାରୁଛି । ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣର ମୁହଁ ତୋଡ ଜବାବ ଦିଆଯାଇଛି । ପ୍ରତି ଆକ୍ରମଣ ପରେ ଭାରତ ଅଧିକରୁ ଅଧିକ ସଶକ୍ତ ହେଉଛି । ଦୁର୍ବଳ କମଜୋର କେବେ ଶାନ୍ତି ଆଣିପାରିବ ନାହିଁ ବୋଲି କହିଛନ୍ତି ମୋଦି । ଭାରତ ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ବିସ୍ତାରବାଦର ଯୁଗ ସମାପ୍ତ ହୋଇସାରିଛି । ବର୍ତ୍ତମାନର ଯୁଗ ବିକାଶବାଦର ଯୁଗ । ବିସ୍ତାରବାଦ ହିଁ ମାନବିକତାର ବିନାଶର କାରଣ ହୋଇଛି । ବିସ୍ତାରବାଦ ହିଁ ବିଶ୍ୱଶାନ୍ତି ପାଇଁ ସବୁବେଳେ କ୍ଷତିକାରକ ହୋଇଛି । ଏଭଳି ଶକ୍ତି ସବୁବେଳେ ପରାସ୍ତ ହୋଇଛି ବା ମୁଣ୍ଡ ନୋଇଁଛି । ସାରା ବିଶ୍ୱ ଏବେ ବିସ୍ତାରବାଦ ବିରୋଧରେ ଏକାଠି ହୋଇଛି । ଠିକକୁ ଠିକ କହିବା ଏବଂ କରି ଦେଖାଇବା ହିଁ ସାହସ । ଆମେ ଏକ ସଶକ୍ତ ଓ ଆତ୍ମନିର୍ଭର ଭାରତ ନିଶ୍ଚିତ ତିଆରି କରିବା ।