18.1 C
Bhubaneswar
Tuesday, November 26, 2024
HomeUncategorizedବସ ଚାଲୁଛି ଯାତ୍ରୀ ନାହାନ୍ତି

ବସ ଚାଲୁଛି ଯାତ୍ରୀ ନାହାନ୍ତି

ଯାଜପୁର : କରୋନା ମହାମାରୀ ଯୋଗୁଁ ବସ ଗୁଡ଼ିକ ଜାତାୟାତ କରୁନଥିଲା । ଏବେ ରାଜ୍ୟସରକାରଙ୍କ ନିଷ୍ପତି ଅନୁସାରେ ବସ୍ ଜାତାୟତ କରିବା ପାଇଁ ବସମାଲିକ ମାନେ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଅପେକ୍ଷାକରି ରହିଛନ୍ତି । କିନ୍ତୁ ବସରେ ଯିବା ପାଇଁ ଜାତ୍ରି ଆସୁନଥିବାରୁ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । କରୋନା ମହାମାରୀ ଭୟରେ ବସରେ ଯିବାକୁ ଜାତ୍ରୀମାନେ କୁଣ୍ଠାବୋଧ ହେଉଛନ୍ତି । ବସ୍‌ରେ ଯାତାୟତ କଲେ କରୋନା ରୋଗ ସେମାନଙ୍କୁ ସଙ୍କ୍ରମିତ ହେବ ବୋଲି ସେଥିପାଇଁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ବସର ଭଡ଼ା ବୃଦ୍ଧି ପାଉଥିବାରୁ ଯାତ୍ରୀମାନେ ଯିବାକୁ ଇଚ୍ଛା କରୁନାହାନ୍ତି । କରୋନା ମହାମାରୀ ଯୋଗୁଁ ଲକ୍ ଡ଼ାଉନ ଓ ସଟ୍‌ଡ଼ାଉନ୍ ଯୋଗୁଁ ଲୋକଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ସୋଚନୀୟ ହୋଇପଡ଼ିଛି । ସେମାନଙ୍କର ଜୀବନ ଜୀବିକା ଉପରେ ଲକଡ଼ାଉନ୍ ଓ ସଟଡ଼ାଉନ୍‌ର ପ୍ରଭାବ ପଡ଼ିଛି । ବେପାର ବନ୍ଦ ହୋଇଯିବାରୁ ସେମାନେ ଜିନିଷପତ୍ର ଆଣିବା ପାଇଁ କଟକ, ଭୁବନେଶ୍ୱର ଓ ଅନ୍ୟାନ୍ୟ ଜିଲ୍ଲାମାନଙ୍କୁ ଯାଇ ପାରୁନାହାନ୍ତି । ଦେବାଳୟଗୁଡ଼ିକ ବନ୍ଦ ଥିବାରୁ ଠାକୁର ଦର୍ଶନ ପାଇଁ ଲୋକମାନେ ଯାଇପାରୁନଥିବାରୁ ବସ୍ ସେବା ବ୍ୟାହତ ହେଉଛି । ସ୍କୁଲ କଲେଜଗୁଡ଼ିକ ବନ୍ଦ ଥିବାରୁ ଛାତ୍ର ଛାତ୍ରୀମାନେ ଯାଉନାହାନ୍ତି । ଅତିଜରୁରୀ କାମ ଥିଲେ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିମାନେ ନିଜ କାର ଓ କାରଭଡ଼ା ନେଇ ଯାଉଛନ୍ତି । କରୋନାର ପ୍ରଭାବ ସବୁ ବର୍ଗଙ୍କ ଉପରେ ପ୍ରଭାବ ପଡ଼ିଛି । ତେଣୁ ସମସ୍ତେ ଆର୍ଥିକ ଅନାଟରେ ଗତି କରୁଛନ୍ତି । ପାଖରେ ପଇସା ଅଭାବରୁ ଏପରିକି ବନ୍ଧୁବାନ୍ଧବଙ୍କ ଘରକୁ ମଧ୍ୟ ଯାଇ ପାରୁନାହାନ୍ତି । ପେଟ୍ରୋଲ ଡ଼ିଜେଲ ବୃଦ୍ଧି ଯୋଗୁଁ ବସ୍ ମାଲିକମାନେ ବସ୍ ଭଡ଼ା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ବସ୍‌ରେ ସର୍ତ୍ତମୂଳକ ଯାତ୍ରୀ ନେବାପାଇଁ ସରକାର ନିର୍ଦ୍ଦେଶ କରିଛନ୍ତି । ବସ୍ ମାଲିକ ବାଧ୍ୟ ହୋଇ ବସ୍ ଭଡ଼ା ବୃଦ୍ଧି କରିବା ପାଇଁ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବସ୍ ମାଲିକ ଓ କର୍ମଚାରୀମାନେ କି କର୍ତ୍ତବ୍ୟଂ ବିମୂଢ ହୋଇଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking