27.1 C
Bhubaneswar
Thursday, April 25, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ରେ ହେଲା ଜୟଶ୍ରୀଙ୍କ ମାଗଣା ଅସ୍ତ୍ରୋପଚାର, ବିଙ୍ଗ ହ୍ୟୁମାନ ର ପ୍ରୟାସ ସଫଳ

ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ରେ ହେଲା ଜୟଶ୍ରୀଙ୍କ ମାଗଣା ଅସ୍ତ୍ରୋପଚାର, ବିଙ୍ଗ ହ୍ୟୁମାନ ର ପ୍ରୟାସ ସଫଳ

ବଲାଙ୍ଗୀର,- ଆର୍ଥିକ ପରିସ୍ଥିତି ଭଲନଥିବାରୁ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଝାଙ୍କରପାଲିର ଜଣେ ନାବାଳିକା ଚିକିତ୍ସା ସେବାରୁ ବଂଚିତ ହୋଇଥିଲେ । ତେବେ ସ୍ୱେଚ୍ଛାସେବୀ ସଙ୍ଗଠନ ବିଙ୍ଗ ହ୍ୟୁମାନର ହସ୍ତକ୍ଷେପ ପରେ ସମ୍ପୃକ୍ତା ନାବାଳିକାଙ୍କ ଚିିକିତ୍ସା ହୋଇପାରିଛି । ସବୁଠାରୁ ବଡକଥା ହେଲା ଯେ , ଘଟଣା ସମ୍ପର୍କରେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଥିବାରୁ ନାବାଳିକାଙ୍କ ଅସ୍ତ୍ରୋପଚାର ମାଗଣାରେ କଟକ ଏସସିବି ମେଡିକାଲରେ ହୋଇପାରିଛି । ସୂଚନା ଅନୁଯାୟୀ , ଝାଙ୍କରପାଲିର ସୁରେନ୍ଦ୍ର ବେହେରାଙ୍କ ଝିଅ ଜୟଶ୍ରୀଙ୍କ ମୂତ୍ରଦ୍ୱାରା ଜନ୍ମରୁ ଅତି ଛୋଟଥିଲା । ଫଳରେ ସ୍ୱାଭାବିକ ଭାବେ ସେ ପରିଶ୍ରା କରି ପାରୁନଥିଲେ । ତେଣୁ ତାଙ୍କର ପରିଶ୍ରା ଜମାଟ ବାନ୍ଧିବାରୁ ସେ କିଡନୀ ରୋଗରେ ପିଡିତ ହୋଇଥିଲେ । କିଡନି ରୋଗରେ ପିଡିତ ହେବା ପରେ ତାଙ୍କର ଡାଏଲିସିସି ଆରମ୍ଭ ହୋଇ ଯାଇଥିଲା ଓ ପରିଶ୍ରା କରିବା ପାଇଁ ଏକ ପାଇପ ଲଗା ଯାଇଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ବିଙ୍ଗ ହ୍ୟୁମାନର କର୍ମକର୍ତ୍ତା ଜୟଶ୍ରୀଙ୍କ ପରିବାର ନିକଟକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ଓ ପୁଣିଥରେ ଜୟଶ୍ରୀଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମତେ ଭଲ କରିଦିଅ ମୁଁ ଦଶମ ଶ୍ରେଣୀ ପରୀକ୍ଷା ଦେବି ବୋଲି ଜୟଶ୍ରୀ ଆକୁଳ ହୋଇ କର୍ମକର୍ତ୍ତାଙ୍କୁ କହିଥିଲେ । ତେବେ ଜୟଶ୍ରୀଙ୍କୁ ଚିକିତ୍ସା କରିବା ପାଇଁ ବାହାରକୁ ନେବାକୁ ପଡିବ ବୋଲି ଡାକ୍ତର କହିଥିଲେ । ହେଲେ ପରିବାର ପାଖରେ ବାହାରକୁ ନେବା ପାଇଁ ସାଧନ ନଥିଲା । ତେଣୁ ଚିକିତ୍ସା ପାଇଁ ବିଙ୍ଗ ହ୍ୟୁମାନ ଅଣ୍ଟା ଭିଡିଥିଲା । ଏକ ଆମ୍ବୁଲାନ୍ସରେ ଜୟଶ୍ରୀଙ୍କୁ କଟକ ନିଆଯାଇଥିଲା । ହେଲେ କରୋନା ସଂକ୍ରମଣ ଭୟରେ ଜୟଶ୍ରୀଙ୍କ ପରିବାର କଟକ ଯିବାକୁ ଅମଙ୍ଗ ହୋଇଥିଲେ । ଫଳରେ ବିଙ୍ଗ ହ୍ୟୁମାନର କର୍ମକର୍ତ୍ତମାନେ ହିଁ ତାଙ୍କୁ କଟକ ନେଇଥିଲେ । ଅପର ପକ୍ଷରେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରାଯାଇଥିବାରୁ କଟକରେ ଜୟଶ୍ରୀଙ୍କ ଚିକିତ୍ସା ତଥା ଅସ୍ତ୍ରୋପଚାର ସମ୍ପୁର୍ଣ୍ଣ ମାଗଣାରେ କରାଯାଇଥିଲା । ଜୟଶ୍ରୀ ଖୁବ ଶୀଘ୍ର ସୁସ୍ଥ ହେବେ । ତାଙ୍କର ସୁସ୍ଥ ହେଲା ପର୍ଯ୍ୟନ୍ତ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କ ଦେଖାରେଖା କରିବେ ବୋଲି ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର ଓ ସମ୍ପାଦକ ବିବେକା ପଟେଲ କହିଛନ୍ତି । Tiktok porn videos and Tiktok nude Girls – Download free

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking