19.1 C
Bhubaneswar
Monday, November 18, 2024
Homeଓଡିଶାଦୁଇ ଓଡ଼ିଆ ଯବାନ ସହିଦ

ଦୁଇ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଦୁଇ ଓଡ଼ିଆ ଯବାନ ସହିଦ । ଗତକାଲି ଲଦାଖ୍ ଗାଲୱାନ୍ ଭ୍ୟାଲିରେ ଭାରତ –ଚୀନ ନୋ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଶରେ ୨୦ ଜଣ ଯବାନ ସହିଦ ହୋଇଥିଲେ । ଉକ୍ତ ୨୦ ଜଣ ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଅଞ୍ଚଳର ୨୮ ବର୍ଷୀୟ ଜବାନ ଚନ୍ଦ୍ରକାନ୍ତ ପ୍ରଧାନ । ସେ ୬ ବର୍ଷ ତଳେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।ବିହାର -୧୬ ରେଜିମେଣ୍ଟରେ ଯୋଗ ଦେଇଥିଲେ ଚନ୍ଦ୍ରକାନ୍ତ । କିନ୍ତୁ ୨ ବର୍ଷ ପୂର୍ବେ ଲଦାଖର ଡ଼୍ୟୁଟି କରିଥିଲେ ଓ ୨ ଦିନ ତଳେ ସହିଦ ହେଲେ । ଅନ୍ୟ ଜଣେ ସହିଦ ଯବାନ ହେଲେ ନନ୍ଦୁରାମ ସୋରେନ୍ । ସେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜାତଳା ବ୍ଲକ ଚମ୍ପାରଦା ଗାଁରେ ବୋଲି ସୂଚନା ମିଳିଛି । ନନ୍ଦୁରାମ ମଧ୍ୟ ବିହାର ୧୬ – ରେଜିମେଣ୍ଟରେ ଯୋଗ ଦେଇଥିଲେ ।

ଅନ୍ୟପଟେ ପୁଅକୁ ହରାଇ ଭାଙ୍ଗି ପଡ଼ିଛୁ ବୋଲି ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ବାପା କହିଛନ୍ତି । କୋହଭରା ପ୍ରତିକ୍ରିୟା ଦେଇ ସେ କହିଛନ୍ତି , କାଲି ସଂନ୍ଧ୍ୟା ବେଳେ ସୁବଦୋର ଡିସି ପ୍ରଧାନଙ୍କୁ ଫୋନ୍ କରି ଜାଣିଲୁ ଯେ ପୁଅ ସହିଦ ହୋଇଯାଇଛି । ଚନ୍ଦ୍ରକାନ୍ତ ମୋ ବଡ଼ ପୁଅ ଏବଂ ଏକମାତ୍ର ରୋଜଗାରିଆ କହି କାନ୍ଦି ପକାଇଛନ୍ତି ସହିଦଙ୍କ ବାପା । ପୁଅକୁ ହରାଇ ଆମେ ବାପା ମା ଦୁହେଁ ଭାଙ୍ଗି ପଡ଼ିଛୁ ।
ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ୍ ସେନା ଗତ ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ । ତେବେ ଅଚାନକ୍ ଚୀନ ସୈନିକମାନେ ଆକ୍ରମଣ ହୋଇ ଉଠିଥିଲେ । ସେମାନେ ପ୍ରଥମେ ଜଣେ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ସେନା ବିନା କୌଣସି ଅସ୍ତ୍ରରେ ଚୀନ୍ ସୈନିକଙ୍କ ସହିତ ଲଢ଼ିଥିଲେ ଏବଂ ଏହା ପରେ ଦୁଇ ପକ୍ଷ ମଧ୍ୟରେ କେଇ ଘଣ୍ଟା ଧରି ସଂଘଂର୍ଷ ହୋଇଥିଲା । ଏଥିରେ ଭାରତର ଜଣେ କର୍ଣ୍ଣେଲ ସହିଦ୍ ହୋଇଯାଇଥିଲେ । ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟିନଥିଲା ଏବଂ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା । ସହିଦ କର୍ଣ୍ଣେଲ ହେଉଛନ୍ତି ୧୬ ବିହାର ରେଜିମେଣ୍ଟ୍ର କମାଣ୍ଡିଂ ଅଫିସର୍ ବି. ସନ୍ତୋଷ ବାବୁ । ମଙ୍ଗଳବାର ସକାଳେ ଭାରତ ପକ୍ଷରୁ ଏହି ସଂଘର୍ଷ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଥିଲା ଯେ ୩ ଜଶ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ସନ୍ଧ୍ୟାରେ କୁହାଯାଇଛି ଯେ, ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଆଉ ୧୭ଜଣ ଯବାନ ପ୍ରାଣ ହରାଇଛନ୍ତି । ମୃତାହତଙ୍କୁ ଆଣିବା ଲାଗି ଭାରତୀୟ ସାମରିକ ହେଲିକପ୍ଟର ମଧ୍ୟ ପଇର୍ତରା ମାରୁ ଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking